spot_img

Latest Posts

ଦିଲ୍ଲୀରେ ସପ୍ତାହେ ବଢିଲା ଲକଡାଉନ ଅବଧି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଦିଲ୍ଲୀରେ ଲକଡାଉନ ଅବଧିକୁ ଆଉ ସପ୍ତାହେ ଯାଏଁ ବଢାଯାଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ଦିଲ୍ଲୀରେ ଲଗାତାର ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଇଛି ଏହି ନିଷ୍ପତି।

ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଦିଲ୍ଲୀର ବତ୍ରା ହସ୍ପିଟାଲରେ ଶନିବାର ଦିନ ପ୍ରାୟ ଘଣ୍ଟାଏ ଧରି ଅକ୍ସିଜେନ୍ ଅଭାବ ଯୋଗୁଁ ଜଣେ ଡାକ୍ତରଙ୍କ ସହ ୮ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା।

ଅଧିକ ପଢନ୍ତୁ- ଘଣ୍ଟାଏ ଯାଏ ବନ୍ଦ ରହିଲା ଅକ୍ସିଜେନ୍ ବିତରଣ, ବତ୍ରା ହସ୍ପିଟାଲରେ ଚାଲିଗଲା ୮ ଜଣଙ୍କ ଜୀବନ 

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଓ ମହାରାଷ୍ଟ୍ରରେ ସ୍ଥିତି ଏବେବି ଚିନ୍ତାଜନକ ରହିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୭ ହଜାର ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କରୋନାରେ ୩୭୫ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଦିନକରେ ୬୨ ହଜାର ୯୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୨୮ ଜଣଙ୍କ ମୃତ୍ୟୁ ହୋଇଛି ।

Latest Posts

Don't Miss