ମେ’ ୩ ଯାଏ ଲକଡାଉନ୍ ଅବଧିକୁ ବଢ଼ାଇଲେ ଦିଲ୍ଲୀ ସରକାର

1 min read
Delhi Lockdown Extended By Another Week Next Monday 5Am

ନୂଆଦିଲ୍ଲୀ: ଦିଲ୍ଲୀରେ ବୃଦ୍ଧି ହେଲା ଲକଡାଉନ୍ ଅବଧି । ଦିଲ୍ଲୀରେ ଲାଗିଥିବା ଆସନ୍ତାକାଲି ସକାଳେ ସରୁଥିବା ବେଳେ ସରକାର ପୁଣି ଲକଡାଉନକୁ ସପ୍ତାହେ ବଢ଼ାଇଛନ୍ତି । ମେ’ ୩ ସକାଳ ୫ଟା ଯାଏ ଜାତୀୟ ରାଜଧାନୀ ଦିଲ୍ଲୀରେ ଲକଡାଉନ୍ କଟକଣା ବଳବତ୍ତର ରହିବ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି । ଏଥିସହ ଦିଲ୍ଲୀରେ ଏବେବି ଅକ୍ସିଜେନ୍ ଅଭାବ ଲାଗି ରହିଥିବା କହିଛନ୍ତି କେଜ୍ରିୱାଲ୍ ।

କରୋନା ସଂକ୍ରମଣରୁ ମୁକୁଳିବା ଲାଗି ଲକଡାଉନ୍ ହିଁ ଏକମାତ୍ର ଶେଷ ବିକଳ୍ପ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସଂକ୍ରମଣ ବଢ଼ୁଥିବା ବେଳେ ଲକଡାଉନ୍ ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ ବୋଲି କେଜ୍ରିୱାଲ୍ କହିଛନ୍ତି । ଲକଡାଉନ୍ ସମୟରେ ଦିଲ୍ଲୀରେ ସଂକ୍ରମଣ ହାର ୩୬ରୁ ୩୭ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଗତ ଦୁଇ ତିନିଦିନରେ ସଂକ୍ରମଣ ଅଳ୍ପ ଖସିଥିବା ବେଳେ ଆଜି ଦୈନିକ ସଂକ୍ରମଣ ମାମଲା ୩୦ ପ୍ରତିଶତ ତଳକୁ ଖସିଛି ।

କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀକୁ ୭୦୦ ଟନ୍ ଅକ୍ସିଜେନ୍ ଆବଶ୍ୟକ । ଆମକୁ କେନ୍ଦ୍ର ସରକାର କେବଳ ୪୮୦ ଟନ୍ ଅକ୍ସିଜେନ୍ ଦେଉଛନ୍ତି । କାଲି କେନ୍ଦ୍ର ୧୦ ଟନ୍ ଦେଇଥିବା ବେଳେ ଏବେ ଯାଏଁ ଦିଲ୍ଲୀକୁ ୪୯୦ ଟନ୍ ଅକ୍ସିଜେନ୍ ମିଳିଛି । ତେବେ ସମସ୍ତ ଆବଣ୍ଟନ ଦିଲ୍ଲୀକୁ ଆସୁନାହିଁ । ଗତକାଲି ୩୩୦ରୁ ୩୩୫ ଟନ୍ ଅକ୍ସିଜେନ୍ ଦିଲ୍ଲୀ ଆସିଛି । ଅକ୍ସିଜେନର ଉତ୍ତମ ଯୋଗାଣ ପାଇଁ ସରକାର ପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ଉତ୍ପାଦକଙ୍କ ଠାରୁ ନେଇ ହସ୍ପିଟାଲ୍ ସମସ୍ତେ ପ୍ରତି ୨ ଘଣ୍ଟାରେ ଅକ୍ସିଜେନ୍ ସ୍ଥିତି ନେଇ ସୂଚନା ଦେବେ । କେନ୍ଦ୍ର ସରକାରଙ୍କ ସହ ମିଶି ରାଜ୍ୟ କାମ କରୁଥିବା କହିଛନ୍ତି କେଜ୍ରିୱାଲ୍ ।

Leave a Reply