ପତ୍ନୀ ଓ ଝିଅକୁ ହତ୍ୟା କରି ଆତ୍ମହତ୍ୟା କଲେ ଦିଲ୍ଲୀ ମୋଟ୍ରୋ ସୁପରଭାଇଜର

1 min read

ନୂଆଦିଲ୍ଲୀ: ଦିଲ୍ଲୀର ଶାହଦରା ଅଞ୍ଚଳରୁ ଏକ ଆଶ୍ଚମ୍ବିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ୪୫ ବର୍ଷୀୟ ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ ୬ ବର୍ଷର ଝିଅକୁ ହତ୍ୟା କରିଛନ୍ତି ଏବଂ ପୁଅ ଉପରେ ମଧ୍ୟ ଛୁରୀରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ପତ୍ନୀ ଏବଂ ଝିଅ ମୃତ୍ୟୁବରଣ କରିଥିବା ବେଳେ ପୁଅ ବ଼ଞ୍ଚିଯାଇଛି ଏବଂ ତାକୁ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହତ୍ୟା ପରେ ନିଜ ଏହି ବ୍ୟକ୍ତିଜଣଙ୍କ ପଙ୍ଖାରେ ଦଉଡ଼ି ଲଗାଇ ଝୁଲିପଡ଼ିଛନ୍ତି । ଏକା ସାଙ୍ଗରେ ତିନି ମୃତ୍ୟୁକୁ ନେଇ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ବ୍ୟକ୍ତିଜଣଙ୍କ ଦିଲ୍ଲୀ ମେଟ୍ରୋରେ କାର୍ଯ୍ୟରତ ଥିଲେ ।

ସେ ଏପରି କାହିଁକି କରିଛନ୍ତି ସେନେଇ କିଛି ଜଣାପଡ଼ିନାହିଁ ଏବଂ ପୋଲିସ ଏହାର ତଦନ୍ତ କରୁଛି । ପୋଲିସ ତଦନ୍ତରେ ଆଶ୍ଚମ୍ବିତ କଲାଭଳି କଥା ସାମ୍ନାକୁ ଆସିଛି । ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଏହି ବ୍ୟକ୍ତିଜଣଙ୍କ ନିଜ କମ୍ପୁଟରରେ How to hang ମଧ୍ୟ ସର୍ଚ୍ଚ କରିଥିଲେ । ଡିସିପି ଶାହଦରା ରୋହିତ ମୀଣା ମଙ୍ଗଳବାର କହିଛନ୍ତି ଯେ ସୁଶୀଲ ବେଷ୍ଟ ବିନୋଦ ନଗର ସ୍ଥିତ ଡିଏମଆରସି ଡିପୋରେ ସୁପରଭାଇଜର ଥିଲେ । ପତ୍ନୀ ଅନୁରାଧା, ଝିଅ ଆଦିତି ଏବଂ ପୁଅ ଯୁବରାଜଙ୍କ ଉପରକୁ ସେ ଛୁରୀରେ ଆକ୍ରମଣ କରିଥିଲେ । ଏହାପରେ ନିଜେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ପୁଅ ଯୁବରାଜଙ୍କ ଚିକିତ୍ସା ଜିଟିବି ହସ୍ପିଟାଲରେ ଚାଲିଛି । ପୋଲିସ ଏବଂ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି ।