spot_img

Latest Posts

ଦିଲ୍ଲୀ ପୀରଗଡ଼ କାରଖାନାରେ ନିଆଁ ଲାଗିବା ପରେ ଧସିଲା କୋଠା

ନୂଆଦିଲ୍ଲୀ: ଗୁରୁବାର ପାହାନ୍ତାରେ ଦିଲ୍ଲୀର ପୀରଗଡ଼ି ଅଞ୍ଚଳର ଏକ କାରଖାନାରେ ଲାଗିଥିବା ନିଆଁ ଯୋଗୁଁ ଉକ୍ତ ବିଲଡିଂଟି ଭାଙ୍ଗିପଡ଼ିଛି । ନିଆଁ ଲିଭାଇବା ବେଳେ କାରଖାନା ଭିତରେ ଥିବା ୧୩ ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ  ୧୪ ଜଣ ବ୍ୟକ୍ତି ଏଥିରେ ଆହତ ହୋଇଥିବା ଅଗ୍ନିଶମ ବିଭାଗ ସୂଚନା ଦେଇଛନ୍ତି । ଜଣେ ଅଗ୍ନିଶମ କର୍ମଚାରୀ ପୋତି ହୋଇ ରହିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡ଼ି ଠାରେ ଥିବା ଗୋଟାଏ କାରଖାନାରେ ଭୋର୍ ୪.୨୮ ବେଳେ ନିଆଁ ଲାଗିଥିବା ଖୂର ମିଳିଥି୍ଲା । ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟଲାଗି ସେଠାକୁ ୭ଟି ଦମକଳ ପଠାଯାଇଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ସେବାର ନିର୍ଦ୍ଦେଶକ ଅତୁଳ ଗର୍ଗ ସୂଚନା ଦେଇଛନ୍ତି । କିନ୍ତୁ ପରେ ଏକ ବିସ୍ଫୋରଣ ଘଟିବାରୁ ସେ କୋଠାଘରଟି ଭାଙ୍ଗି ପଡ଼ିଲା । ଫଳରେ ଅଗ୍ନିଶମ କର୍ମଚାରୀଙ୍କ ସମେତ କେତେକ ଲୋକ ସେଥିରେ ଅଟକି ରହିଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।

ଚାରି ତାଲାବିଶିଷ୍ଟ ଏହି କୋଠାରେ ଲାଗିଥିବା ନିଆଁ ଲିଭାଇବାକୁ ଅନ୍ୟୂନ ୩୫ଟି ଦମକଳ ନିୟୋଜିତ ହୋଇଥିଲେ।

ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା କଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି । ସେ ଟୁଇଟ୍‌ କରି କହିଛନ୍ତି ଯେ, ଏ କଥା ଶୁଣି ସେ ଅନ୍ୟନ୍ତ ଦୁଃଖିତ । ପରିସ୍ଥିତି ଉପରେ ନଜର ରଖିଛି। ଅଗ୍ନିଶମ କର୍ମଚାରୀମାନେ ପାରୁପର୍ଯ୍ୟନ୍ତ ଉଦ୍ୟମ ଚଳାଇଛନ୍ତି। ଭଗ୍ନସ୍ତୁପ ମଧ୍ୟରେ ରହିଯାଇଥିବା ବ୍ୟକ୍ତିମାନଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରୁଛି ।

Latest Posts

Don't Miss