କୋଇଲା ସଙ୍କଟକୁ ନେଇ ଦେଶରେ ଭୟଙ୍କର ସ୍ଥିତି

ନୂଆଦିଲ୍ଲୀ:  କୋଇଲା ସଙ୍କଟକୁ ନେଇ ଦେଶରେ ଭୟଙ୍କର ସ୍ଥିତି । ସେପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଞ୍ଜାବରେ ବିଦ୍ୟୁତ୍ ଚାହିଦା ୪୦ ପ୍ରତିଶତ ବଢିଛି । ଫାର୍ମିଂ ସେକ୍ଟରକୁ ଆବଶ୍ୟକ ବିଜୁଳି ଯୋଗାଣ ହୋଇପାରୁ ନଥିବାରୁ ଶକ୍ତି ମନ୍ତ୍ରୀଙ୍କ ଘର ଆଗରେ ଆଜି ଆନ୍ଦୋଳନ କରିଛି କିଶାନ ମଜଦୁର ସଂଘ ।

ୟୁପିରେ ବି ଖରା ବଢିବା ସାଙ୍ଗକୁ ପିକ୍ ଟାଇମରେ ଅଧିକ ବିଦ୍ୟୁତ୍ ଆବଶ୍ୟକ ପଡୁଛି । ଥର୍ମାଲ ପ୍ଲାଣ୍ଟରେ ଉତ୍କଟ କୋଇଲା ଷ୍ଟକ୍ ଦେଖାଯାଇଥିବାରୁ ରାଜ୍ୟରେ ଆରମ୍ଭ ହୋଇଛି ପାଓ୍ୱାର କଟ୍ ସମସ୍ୟା । ଉତ୍ତରପ୍ରଦେଶକୁ ଯଥାଶୀଘ୍ର କୋଇଲା ଯୋଗାଣ ପାଇଁ ୬୭୦ ଟି ପାସେଞ୍ଜର ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ସେପଟେ ରାଜସ୍ଥାନ, ଝାଡଖଣ୍ଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ମଧ୍ୟ କୋଇଲା ସଙ୍କଟ ଯୋଗୁଁ ସ୍ଥିତି ଜଟିଳ ହୋଇଛି । ତୁରନ୍ତ ଆବଶ୍ୟକ କୋଇଲା ଉପଲବ୍ଧ ନହେଲେ ଅଧିକାଂଶ ରାଜ୍ୟ ବ୍ଲାକ ଆଉଟ ସମସ୍ୟାର ସମ୍ମୁଖୀନ ହେବା ସମ୍ଭାବନା ରହିଛି । ତେବେ କୋଲ ଇଣ୍ଡିଆ ଷ୍ଟକ୍କୁ ମିଶାଇ ଭାରତରେ ପ୍ରାୟ ୭୦ରୁ ୮୦ଦିନର କୋଇଲା ଷ୍ଟକ୍ ରହିଛି ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଛନ୍ତି ।