spot_img

Latest Posts

ଜାନୁଆରୀ ୨୬ ଲାଲକିଲା ହିଂସା : ଗିରଫ ହେଲା ମନିନ୍ଦର ସିଂହ

ନୂଆଦିଲ୍ଲୀ: ୨୬ ଜାନୁଆରୀରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଲାଲ କିଲାରେ  ହୋଇଥିବା ହିଂସା ମାମଲାରେ ଆଉ ଜଣେ ଗିରଫ । ଗିରଫ ଅଭିଯୁକ୍ତର ନାମ ହେଉଛି ମନିନ୍ଦର ସିଂହ । ମନିନ୍ଦରକୁ ଦିଲ୍ଲୀ ସ୍ଥିତ ସ୍ୱରୁପ ନଗରରୁ ପୋଲିସ ଗିରଫ କରିଛି । ମନିନ୍ଦିର ନିକଟରୁ ପୋଲିସ ଦୁଇଟି ଖଣ୍ଡା ଜବତ କରିଛି । । ଏହାପୂର୍ବରୁ ପୋଲିସ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ପଞ୍ଜାବୀ ଅଭିନେତା ଦିପ୍ ସିଦ୍ଧୁଙ୍କୁ ପୋଲିସ ଗିରଫ କରିଥିଲା । ଦିପ୍ ସିଦ୍ଧୁ ହିଂସାକାଣ୍ଡ ପଛର ମାଷ୍ଟରମାଇଣ୍ଡ୍ ଥିଲା ବୋଲି ପୋଲିସ କହୁଛି ।

ଏସିପି ଅତର ସିଂଙ୍କ ତତ୍ୱାବଧାନରେ ଇନସ୍ପେକ୍ଟର ଶିବକୁମାର, ଇନସ୍ପେକ୍ଟର ପୱନ କୁମାର ଏବଂ ଇନସ୍ପେକ୍ଟର କରମବୀରଙ୍କ ନେତୃତ୍ୱରେ ପୋଲିସ ଟିମ୍ ମନିନ୍ଦର ସିଂହଙ୍କୁ ସ୍ୱରୁପନଗରରୁ ଗିରଫ କରିଛି। ମଙ୍ଗଳବାର ସନ୍ଧ୍ୟା ୭ଟା ୪୫ ମିନିଟ ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ସେ କାର୍ ଏସି ମେକାନିକ୍ ଭାବରେ କାମ କରନ୍ତି। ପୋଲିସ ଅନୁସାରେ ଜାନୁଆରି ୨୬ରେ ଲାଲକିଲ୍ଲା ମଧ୍ୟକୁ ପ୍ରବେଶ କରିବା ପରେ ମନିନ୍ଦର ଖଣ୍ଡା ହଲାଇ ନାଚିଥିଲା । ଏହାସହିତ ସେ ଅନ୍ୟ ଆନ୍ଦୋଳନକାରୀଙ୍କୁ ଲାଲକିଲ୍ଲା ମଧ୍ୟକୁ ପ୍ରବେଶ କରିବା ପାଇଁ ଉସକାଇଥିଲା ବୋଲି ପୋଲିସ କହିଛି ।

Latest Posts

Don't Miss