ଅଟକିଯିବ ରାଷ୍ଟ୍ରୀୟ ରାଜଧାନୀ, ମାର୍ଚ୍ଚ ୩୧ ଯାଏଁ ଲକ୍ ଡାଉନ୍ ଘୋଷଣା

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସୋମବାର ସକାଳ ୬ଟାରୁ ଜାତୀୟ ରାଜଧାନୀ ଦିଲ୍ଲୀର ୭ଟି ଜିଲ୍ଲା ଲକ୍ ଡାଉନ୍ ରହିବ । ମାର୍ଚ୍ଚ ୩୧ ଯାଏଁ ଏହି କଟକଣା ବଳବତ୍ତର ରହିବ । ଏହି ସମୟରେ ପଡ଼ୋଶୀ ରାଜ୍ୟକୁ ଲାଗିଥିବା ଦିଲ୍ଲୀ ସୀମାକୁ ସିଲ୍ କରି ଦିଆଯିବ । ସମସ୍ତ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ, ସାଧାରଣ ପରିବହନ ସେବା ବନ୍ଦ ରହିବ । କିନ୍ତୁ ଜରୁରୀ ସେବା ଜାରି ରହିବ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଦିଲ୍ଲୀରେ ୨୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଯେଉଁଥିରେ କି ୬ ଜଣ ସଂକ୍ରମିତ ରହିଛନ୍ତି । ଅବଶିଷ୍ଟ ୨୧ ଜଣ ବିଦେଶରୁ ଆକ୍ରାନ୍ତ ହୋଇ ଆସିଛନ୍ତି । ଲକ୍ ଡାଉନ୍ ବେଳେ ଦିଲ୍ଲୀରେ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ରହିବ । କେବଳ ଡିଟିଏସର ୨୫ ପ୍ରତିଶତ ବସ୍ ଚଳାଚଳ କରିବ । ସମସ୍ତ ସପିଂ ମଲ୍, ଫ୍ୟାକ୍ଟ୍ରି, ୱାର୍କସପ୍, ଅଫିସ୍, ସାପ୍ତାହିକ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଦିଲ୍ଲୀ ସୀମା ସିଲ୍ କରାଯିବା ବେଳେ କ୍ଷୀର, ପନି ପରିବା ଓ ଖାଦ୍ୟ ସାମଗ୍ରୀ ପରିବହନ ଉପରେ ପ୍ରତିବନ୍ଧକ ରହିବ ନାହିଁ ।

ଜରୁରୀକାଳୀନ ପରିସ୍ଥିତି ପାଇଁ କମିଶନରେଟ୍‌ ପୋଲିସର ପାସ୍‌ ବ୍ୟବସ୍ଥା

ଆନ୍ତଃରାଜ୍ୟ ବସ୍ ଚଳାଚଳ ସହ ଟ୍ରେନ୍, ମେଟ୍ରୋ ଟ୍ରେନ୍ ସେବା ବନ୍ଦ ରହିବ । ସମସ୍ତ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବିମାନ ସେବାକୁ ମଧ୍ୟ ବାତିଲ୍ କରି ଦିଆଯାଇଛି । କନଷ୍ଟ୍ରକ୍ସନ କାମ ବନ୍ଦ ରହିବ । ସମସ୍ତ ଧର୍ମସ୍ଥଳୀ ମଧ୍ୟ ରହିବ । ପୋଲିସ ସେବା, ଅଗ୍ନିଶମ ବାହିନୀ, ରାସନ ଦୋକାନ, ବିଦ୍ୟୁତ୍, ପାଣି, ବ୍ୟାଙ୍କ, ଟେଲିକମ୍, ଇଣ୍ଟରନେଟ୍ ଓ ଡାକ ସେବା ଜାରି ରହିବ ।

Leave a Reply