ଓଡ଼ିଶାର ଡେଲ୍ଟା ଭାରିଆଣ୍ଟ ଆକ୍ରାନ୍ତ କେମିତି ହେଲେ ସୁସ୍ଥ ?

Delta Plus Variant Case In Odisha Man Lists What Helped Him Recover

ଭୁବନେଶ୍ୱର: ଆତଙ୍କ ଖେଳାଇଛି କରୋନା । ଭୟ ବଢ଼ାଉଛି ନୂଆ ନୂଆ ଭାରିଆଣ୍ଟ । ବ୍ରିଟେନ୍, ସାଉଥ ଆଫ୍ରିକା ଭାରିଆଣ୍ଟ ପରେ ଏବେ ଡେଲ୍ଟା ପ୍ଲସ ଭାରିଆଣ୍ଟ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ଦେବଗଡ଼ ଜିଲ୍ଲାରେ ଚିହ୍ନଟ ଡେଲ୍ଟା ପ୍ଲସ ଭାରିଆଣ୍ଟ ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ, ସେ କେମିତି ଡେଲ୍ଟା ପ୍ଲସ ଭାରିଆଣ୍ଟକୁ ମାତ୍ ଦେଲେ ? ସୁସ୍ଥ ହେବାରେ କ’ଣ କ’ଣ ତାଙ୍କୁ ସାହାଯ୍ୟ କଲା ? ଆସନ୍ତୁ ଜାଣିବା…

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ଜନୈକ ବ୍ୟକ୍ତି ଗତମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହି ସମୟରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଘରେ ରହି ସୁସ୍ଥ ହୋଇଥିବା କହିଛନ୍ତି । କରୋନା ପଜିଟିଭ୍ ସମୟରେ ତାଙ୍କ ଠାରେ ଥଣ୍ଡାର ଲକ୍ଷଣ ଥିଲା । ଏପ୍ରିଲ୍ ୨୩ରେ ଥଣ୍ଡା ଧରିବା ପରେ ୨୬ରେ ତାଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଥିଲା ।

Delta Plus Variant Case In Odisha Man Lists What Helped Him Recover

ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୩୦ରେ କୋଭିସିଲ୍ଡର ପ୍ରଥମ ଡୋଜ୍ ନେଇଥିଲେ । ସଂକ୍ରମିତ ହେବାର ୨୦ରୁ ୨୫ ଦିନ ମଧ୍ୟରେ ସେ କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ବଡ଼ କଥା ହେଉଛି ଡେଲ୍ଟା ପ୍ଲସ ଭାରିଆଣ୍ଟରେ ଆକ୍ରାନ୍ତ ହୋଇ ମଧ୍ୟ ସେ ମେଡିକାଲ୍ ଯାଇନଥିଲେ ବରଂ ଘରେ ଚିକିତ୍ସିତ ହୋଇ କରୋନାକୁ ହରାଇ ପାରିଛନ୍ତି ।

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏମକେ ଉପାଧ୍ୟାୟଙ୍କ ଅନୁସାରେ, ଏପ୍ରିଲ ୧୦ରୁ ଏପ୍ରିଲ୍ ୩୦ ମଧ୍ୟରେ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୬୨ ବର୍ଷିଅ ବ୍ୟକ୍ତି ଡେଲ୍ଟା ପ୍ଲସ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ । ଆଉ ଏହାକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ଲିଷ୍ଟରେ ରଖାଯାଇଛି । ବ୍ୟକ୍ତି ଜଣଙ୍କ ଡେଲ୍ଟି ପ୍ଲସ ଭାରିଆଣ୍ଟ ଆକ୍ରାନ୍ତ ପରେ ଆମ ଟିମ୍ ଗାଁକୁ ଯାଇଥିଲା । ୮୧ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୪ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟମାନେ ଘରେ ସୁସ୍ଥ ହୋଇଥିଲେ । ସେଥି ମଧ୍ୟରୁ କାହାରି ମୃତ୍ୟୁ ହୋଇନାହିଁ ।

ବ୍ୟକ୍ତି ଜଣଙ୍କ ପ୍ରଥମ ଡୋଜ୍ ଟିକା ନେଇଥିବାରୁ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ବିରୋଧରେ ଲଢ଼ିବାକୁ ସକ୍ଷମ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଜୁନ୍ ୧୧ରେ ଡେଲ୍ଟା ପ୍ଲସକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ଲିଷ୍ଟରେ ରଖିଥିଲେ କେନ୍ଦ୍ର ସରକାର । ଦେଶର ୧୨ ରାଜ୍ୟର ୫୧ଟି ଡେଲ୍ଟା ପ୍ଲସ ମାମଲା ଚିହ୍ନଟ କରାଯାଇଛି । ଯେତେବେଳେ କି ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସର ସର୍ବାଧିକ ମାମଲା ରହିଛି ।

Leave a Reply