ଐତିହ୍ୟ ସମ୍ପନ୍ନ ଗଙ୍ଗୁଆ ନଦୀକୁ ସରକାର ପୁନରୁଦ୍ଧାର କରିବାକୁ ଦାବି

ଐତିହ୍ୟ ସମ୍ପନ୍ନ ଗଙ୍ଗୁଆ ନଦୀକୁ ସରକାର ପୁନରୁଦ୍ଧାର କରନ୍ତୁ । ଏ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ତୁରନ୍ତ କାମ କରାଯାଉ । ଲଣ୍ଡନର ଥେମସ ନଦୀ ଭଳି ଏହାକୁ ପୁନରୁଦ୍ଧାର କରିବାକୁ ଦାବି ହୋଇଛି । ଗଙ୍ଗୁଅ ନାଳ ନୁହେଁ ବରଂ ଗନ୍ଧବତୀ ନଦୀ । ଯାହାର ଐତିହ୍ୟ ବହୁତ ପୁରୁଣା । ଏପରିକି ଏହାର ଜଳ ଦିନେ ଅମୃତ ସ୍ୱରୂପ ଥିଲା । କିନ୍ତୁ ଏବେ ଏହା ବିଷରେ ପରିଣତ ହୋଇଛି। ତେଣୁ ଗଙ୍ଗୁଅ ନଦୀର ସମସ୍ତ ଇତିହାସ, ତଥ୍ୟ ଓ ମ୍ୟାପକୁ ନେଇ ଏକ ପୁସ୍ତକ ରିଭର ଗଙ୍ଗୁଆ ଉନ୍ମୋଚିତ ହୋଇଛି। ଗଙ୍ଗୁଅର ଉତ୍ପତ୍ତି ସହ ଏହା କିଭଳି ବ୍ୟାପକ ଓ ଏହାର ଐତିହ୍ୟ ତଥା ମ୍ୟାପ ସବୁ କିଛି ଏହି ବହିରେ ସ୍ଥାନ ପାଇଛି। ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ ଏହି ବହି ଲେଖିବା ସହ ଗଙ୍ଗୁଅ ପୁନରୁଦ୍ଧାର ସହ ପ୍ରକୃତି ଓ ପରିବେଶକୁ ରକ୍ଷା କରିବାକୁ ବହୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

ଗଙ୍ଗୁଆକୁ ଏବେ ନାଳର ରୂପ ଦିଆଯିବା ସହ ଏହାକୁ ବିଷାକ୍ତ କରିଦିଆଯାଇଛି । ସହରର ସମସ୍ତ ବିଷାକ୍ତ ଜଳ ଗଙ୍ଗୁଆକୁ ଛଡ଼ାଯାଉଛି । ସେହିଭଳି ଦୟା ନଦୀର ବିଷାକ୍ତ ଜଳ ବ୍ୟବହାର କରି ବହୁ ଜୀବନ କିଭଳି ଗଲା ସେ କଥା ମଧ୍ୟ କୁହାଯାଇଛି। ପୂର୍ବରୁ ଏହି ଜଳକୁ ଲୋକେ ପାନୀୟ ଭାବେ ବ୍ୟବହାର କରୁଥିଲେ । କିନ୍ତୁ ଏବେ ଏହି ଜଳ ଛୁଇଁଲେ ବି ମୃତ୍ୟୁ ଘଟୁଛି । ତେଣୁ ତୁରନ୍ତ ଗଙ୍ଗୁଅ ସମେତ ଅନ୍ୟାନ୍ୟ ନଦୀର ଜଳକୁ ସ୍ଵଛ ଓ ପାନିୟଯୋଗ୍ୟ କରିବାକୁ କୁହାଯାଇଛି। ସେପଟେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ କହିବା କଥା ସରକାର ଏ ଦିଗରେ ଯତ୍ନବାନ ଓ ସ୍ଵଛତା ପାଇଁ ବହୁ ପଦକ୍ଷେପ ନେଉଛନ୍ତି । ରାଜ୍ୟର ଅର୍ଦ୍ଧାଧିକ ନଦୀ ବିଷ ବଳୟ ମଧ୍ୟରେ ରହିଥିବା ବେଳେ ଏସବୁକୁ ସ୍ଵଛ କରିବାର ସମୟ ଆସିଛି ବୋଲି କୁହାଯାଇଛି।