ଟିକେଟ ଫେରାଇଲେ କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି

ପୁରୀ : ଟିକେଟ ଫେରାଇଲେ କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି। ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ଦିଆଯାଇନଥିବା ଓ ପୁରୀ ସଂସଦୀୟ କ୍ଷେତ୍ରରେ ଦୁର୍ବଳ ବିଧାୟକ ପ୍ରାର୍ଥୀ ଦିଆଯାଇଥିବା ଅଭିଯୋଗ ଆଣି ସେ ଟିକେଟ ଫେରସ୍ତ କରିଛନ୍ତି ବୋଲି କହିଛନ୍ତି। ଦଳୀୟ ଫଣ୍ଡିଂ ବିନା ପ୍ରଚାର ଅସମ୍ଭବ କହିଛନ୍ତି ସୁଚରିତା  । ଇମେଲ ଯୋଗେ କଂଗ୍ରେସ ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ଦଳର ସଙ୍ଗଠନ ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କୁ ଟିକେଟ ଫେରସ୍ତ କରିଥିବା ନେଇ ଜଣାଇଛନ୍ତି।

ଦ୍ବିତୀୟ ଥର ପାଇଁ କଂଗ୍ରେସ ତାଙ୍କୁ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଥିଲା। ପୂର୍ବରୁ ଆଠଗଡ଼ର କଂଗ୍ରେସ ବିଧାୟକ ପ୍ରାର୍ଥୀ ଟିକେଟ ଫେରାଇଛନ୍ତି।କଂଗ୍ରେସ ଖୁବ୍ ଶୀଘ୍ର ପୁରୀ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରି ଯେକୌଣସି ମୁହୂର୍ତ୍ତରେ ନୂଆ ପ୍ରାର୍ଥୀ ଘୋଷଣା କରିପାରେ । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ ସତ୍ୟପ୍ରକାଶ ନାୟକ  ।