କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା

କୋରାପୁଟ: କୋଟିଆ ହାତେଇବାକୁ ଆନ୍ଧ୍ରର ନୂଆ ଚାଲ୍ । କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା। ସରକାରୀ ଅଧିକାରୀଙ୍କ ପରେ କୋଟିଆକୁ ଗୁପ୍ତ ଗସ୍ତ କରିଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ । କୋଟିଆ ତାଡିବାଲସା ଗାଁକୁ ଗସ୍ତ କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ନେଇ ଆଲୋଚନା କରିଛନ୍ତି । ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ କୋଟିଆ ଗସ୍ତକୁ ତୀବ୍ର ବିରୋଧ କରିଛନ୍ତି ପଟାଙ୍ଗି ବିଧାୟକ ପ୍ରିତମ ପାଢ଼ୀ । \

ଆନ୍ଧ୍ରର ଅନେକ ପ୍ରଶାସନିକ ଅଧିକାରୀ କୋଟିଆ ଗସ୍ତ କରୁଛନ୍ତି  । ଓଡ଼ିଶାର ଅଜ୍ଞାତରେ ସେମାନେ ଗସ୍ତ କରି ପରିଭ୍ରମଣ କରୁଛନ୍ତି  ।  ଗୁପ୍ତ ଗସ୍ତ ନକରି ସ୍ପଷ୍ଟ ଦିବାଲୋକରେ ଆସିବାକୁ କହିଛନ୍ତି ବିଧାୟକ। ତେବେ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀ ମାନେ କାହିଁକି ବିବାଦୀୟ କୋଟିଆ ଗସ୍ତ କରୁଛନ୍ତି ତାହାର କାରଣ ମଧ୍ୟ ଓଡିଶା ପ୍ରଶାସନ ପାଖରେ ନାହିଁ  ।