spot_img

Latest Posts

ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଅବାନ୍ତର: ଦେବୀ ମିଶ୍ର

ଭୁବନେଶ୍ବର: ଦିନକୁ ପୂର୍ବରୁ ବିଧାନସଭା ମୁଲତବି ହେବା ନେଇ ବିରୋଧୀଙ୍କ ଉପରେ ବର୍ଷିଛି ବିଜେଡି । ବିଧାନସଭାକୁ ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଅବାନ୍ତର ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର। ବିରୋଧୀଙ୍କୁ ବାହାରେ କହିବାକୁ ଭଲ ଲାଗୁଛି । କିନ୍ତୁ ଭିତରେ କେବେ ଆଲୋଚନା ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ବିଧାନସଭାର ନିୟମାବଳୀ ଅନୁଯାୟୀ ନିଷ୍ପତ୍ତି ନେଇ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି କରାଯାଇଛି। ବିଧାନସଭା ସଠିକ ଭାବେ ଚାଲି ନପାରିବା ଲାଗି ବିରୋଧୀ ହିଁ ଦାୟୀ । ଆମେ ବି ଜାନକୀ ବାବୁଙ୍କ ସମୟରେ ବିରୋଧୀ ଦଳରେ ଥିଲୁ। କିନ୍ତୁ ଆମେ ଏମିତି ଭାବେ କେବେ ବିଧାନସଭାକୁ ଅଚଳ କରି ରଖୁ ନଥିଲୁ ବୋଲି କହିଛନ୍ତି ଦେବୀ ।

ବିଧାନସଭାରେ ସରକାରୀ ଦଳ ସବୁବେଳେ କନ୍ୟା ପକ୍ଷ  ଆଉ ବିରୋଧୀ ବରପକ୍ଷ । କିନ୍ତୁ ବରପକ୍ଷ ବି ଆଲୋଚନା ପାଇଁ ଆସିବା ଦରକାର । ଯଦି ଆଉଟ ହେଇଯିବେ କେମିତି ଆଲୋଚନା ହେବ ବୋଲି ପ୍ରଶ୍ନ କରିଛନ୍ତି ଦେବୀ । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ମଧ୍ୟ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ମୌସୁମୀ ଅଧିବେଶନରେ 8 ଟି କାର୍ଯ୍ୟ ଦିବସ ଥିଲା । ହେଲେ ଦୁଃଖର ବିଷୟ ବିରୋଧୀ ଦଳର ଯେଉଁ ଭୂମିକା ଥାଏ ଗୃହରେ ତାହା ଦେଖିବାକୁ ମିଳିଲା ନାହିଁ। ସେମାନେ ଏଥର ଗୃହ ଚଳାଇ ନ ଦେବା ପାଇଁ ଏଜେଣ୍ଡା ନେଇ ଆସିଥିଲେ । ସେଥିପାଇଁ ଆରମ୍ଭରୁ ଆକ୍ରମଣାତ୍ମକ ଭଙ୍ଗୀରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଅଚଳ କରିଥିଲେ। ଏମିତି କି ବାଚସ୍ପତିଙ୍କ ଉପରକୁ ବିଭିନ୍ନ ସାମଗ୍ରୀ ଫୋପାଡିଲେ। ଯେଉଁଥିରେ ଗୃହର ମର୍ଯ୍ୟାଦା ହାନି ହୋଇଛି ।

ଏ ସବୁ କଥାକୁ ଦେଖିଲେ ଲାଗୁଛି ସେମାନେ ପୂର୍ବରୁ ଗୃହ ଚଲାଇ ନଦେବାକୁ ଯୋଜନା କରିଥିଲେ । ରାଜ୍ୟବାସୀ ବିଧାନସଭା ଚାଲିଲେ ତାଙ୍କର ସମସ୍ୟା ଆଲୋଚନା ହେବ ବୋଲି ଆଶା ରଖି ଥାଆନ୍ତି। ହେଲେ ଏହାକୁ ଅଣଦେଖା କରି ପ୍ରତ୍ୟେକ  ଦିନ ଗୃହରେ ହୋହଲ୍ଲା ସହ ଆକ୍ରମଣାତ୍ମକ ଭଙ୍ଗୀରେ ପ୍ରତିବାଦ କରିଛନ୍ତି ବିରୋଧୀ। ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ସେପଟେ କଂଗ୍ରେସ ବିଧାନସଭା ଚାଲୁ ବୋଲି ଚାହିଁଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଜେପି ନିଜ ଜିଦରେ ଅଟଳ ରହି ଗୃହ ଚଳାଇ ଦେଲାନି l ଅଧିବେଶନରେ ବହୁତ ସମସ୍ୟା ଥିଲା, ଅଳ୍ପ ସମୟ ଥିଲା l ହେଲେ କିଛି ଆଲୋଚନା ହେଲାନି l ଆମେ ପ୍ରାୟ ଗୃହ ମଧ୍ୟ ଭାଗକୁ ଯାଇନlହୁ l କଂଗ୍ରେସ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଗୃହ ସ୍ବାଭାବିକ ଭାବେ ଚାଲୁ ବୋଲି କହିଥିଲା l

 

Latest Posts

Don't Miss