ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି!

ନନ୍ଦିଘୋଷ ବ୍ୟୁରୋ: ମିଷ୍ଟର ୩୬୦ ଭାବେ ପରିଚିତ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏ.ବି ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିଲେ ୨୧ ବର୍ଷିୟ ଖେଳାଳି। ସେ ଡିଭିଲିୟର୍ସଙ୍କ ବିଶ୍ବ ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି। ଦକ୍ଷିଣ ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ଜେକ୍ ଫ୍ରେଜର ମେକଗର୍କ ଡିଭିଲିୟର୍ସଙ୍କ ଦୃତତମ ଶତକ ରେକର୍ଡକୁ ଭାଙ୍ଗିଛନ୍ତି ।ମାତ୍ର ୨୯ ବଲରେ ଜେକ୍ ଶତକ ହାସଲ କରି ରେକର୍ଡର ଅଧିକାରୀ ହୋଇଛନ୍ତି। ପୂର୍ବରୁ ଡିଭିଲିୟର୍ସ ୩୧ ବଲରୁ ଦୃତତମ ଶତକ ହାସଲ କରିଥିଲେ। ୨୦୧୫ ମସିହାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଦୃତତମ ଶତକ ହାସଲ କରିବାର ବିଶ୍ବ ରେକର୍ଡ ନିଜ ନାଁରେ କରିଥିଲେ ।

ଜ୍ୟାକ ପ୍ରଥମ ୧୮ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଶେଷ ୧୧ଟି ବଲରେ ଆଉ ୫୦ ରନ କରିବାରେ ସକ୍ଷମ ହୋଇଥିଲେ । ଏପରିକି ସେ ଗୋଟିଏ ଓଭରରେ ୩୨ ରନ ମଧ୍ୟ ମାରିଛନ୍ତି । କିନ୍ତୁ ସେ ଲିଷ୍ଟ ଏ’ କ୍ରିକେଟରେ ଏହି ରେକର୍ଡ କରିଛନ୍ତି। ଏଣୁ ଡିଭିଲିୟର୍ସଙ୍କ ନାମରେ ଆଜି ମଧ୍ୟ ଦୃତଶତମ ଶତକ ବନାଇବାର ରେକର୍ଡ ଆନ୍ତର୍ଜାତୀୟ କ୍ରିକେଟରେ ରହିଛି। ଏହାସହ ଆନ୍ତର୍ଜାତୀୟ କ୍ରିକେଟରେ ଦୃତତମ ଶତକ ବନାଇବାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଆଣ୍ଡରସନ। ସେ ୩୬ଟି ବଲରୁ ଶତକ ହାସଲ କରିବାରେ ସକ୍ଷମ ହୋଇଥିଲେ। ଏହାସହ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ତଥା ଘାତକ ବ୍ୟାଟ୍ସମ୍ୟାନ ସାହିଦ ଆଫ୍ରିଦ ୧୯୯୬ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ୩୭ ବଲରୁ ଶତକ ହାସଲ କରିଥିଲେ। ଏହି ରେକର୍ଡ ଆଜି ମଧ୍ୟ ତାଙ୍କର ରହିଥିବାବେଳେ ଦୃତ ଶତକ ବନାଇବାର ରେକର୍ଡର ତୃତୀୟ ସ୍ଥାନରେ ରହିଛନ୍ତି ।

ସେପଟେ ଆମେ ଯଦି ଜ୍ୟାକଙ୍କ ଉପରେ ନଜର ପକାଇବା ତାହେଲେ ସେ ଲିଷ୍ଟ ଏ କ୍ରିକେଟରେ ଦୃତତମ ଶତକ ହାସଲ କରିଥିବାବେଳେ ୧୦ଟି ଚୌକା ଏବଂ ୧୩ଟି ଛକା ସାମିଲ ଅଛି । ଏହି ମ୍ୟାଚରେ ସେ ୩୮ ବଲରୁ ୧୨୫ ରନ କରି ଆଉଟ ହୋଇଥିଲେ । ରୋମାଞ୍ଚକ ବ୍ୟାଟିଂ କରିବା ସହ ଲମ୍ବା ଲମ୍ବା ସଟ ଗୁଡ଼ିକ କ୍ରିକେଟ ପ୍ରେମୀଙ୍କ ବେଶ ଆକର୍ଷିତ କରିଥିଲା ।