କଙ୍ଗନା ଫେରିଥିବା ବିମାନରେ ସାମାଜିକ ଦୂରତ୍ୱ ଉଲ୍ଲଂଘନ ହୋଇଥିବା ନେଇ ’ଡିଜିସିଏ’ର ରିପୋର୍ଟ ତଲବ

1 min read

ନୂଆଦିଲ୍ଲୀ: କଙ୍ଗନାଙ୍କୁ ନେଇ ମୁମ୍ୱାଇ ଆସିଥିବା ଇଣ୍ଡିଗୋ ଏୟାରଲାଇନ୍ସକୁ ଡାଇରେକ୍ଟର ଜେନେରାଲ୍ ଅଫ୍ ସିଭିଲ ଏଭିଏସନ୍ (ଡିଜିସିଏ) ରିପୋର୍ଟ ତଲବ । ଯାତ୍ରା ସମୟରେ ନିରାପତ୍ତା ଓ ସାମାଜିକ ଦୂରତ୍ୱ ରକ୍ଷା କରାଯାଇନଥିବାରୁ, ଏ ନେଇ ରିପୋର୍ଟ ତଲବ କରିଛନ୍ତି ଡିଜିସିଏ । ସୂଚନା ଯୋଗ୍ୟ ଯେ, ଗତ ୯ ତାରିଖ ଦିନ ଅଭିନେତ୍ରୀ କଙ୍ଗନା ରଣାୱତ୍ ଚଣ୍ଡିଗଡ଼-ମୁମ୍ବାଇ ବିମାନରେ କେତେକ ସାମ୍ବାଦିକ ନିରାପତ୍ତା ଏବଂ ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରିଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରଲ ହୋଇଛି । ଯେଉଁଥିରେ କଙ୍ଗନାଙ୍କୁ ନେଇ ଆସୁଥିବା 6E264 ବିମାନରେ ସାମ୍ୱାଦିକମାନେ ପାଖାପାଖି ଠିଆ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହା ନିରାପତ୍ତା ଏବଂ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ପରି ମନେହେଉଛି। ଏଣୁ ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଇଣ୍ଡିଗୋକୁ କୁହାଯାଇଥିବା ‘ଡିଜିସିଏ’ର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ‘ଡିଜିସିଏ’ର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଚଣ୍ଡିଗଡ଼-ମୁମ୍ବାଇ ବିମାନର ଆଗ ଧାଡ଼ିର ‌ଗୋଟିଏ ସିଟ୍‌ରେ କଙ୍ଗନା ରଣାୱତ୍ ବସିଥିଲେ। କେତେକ ରାଜନୈତିକ ଦଳରୁ ଧମକ ପାଇବା ସତ୍ତ୍ୱେ ମୁମ୍ବାଇ ଯିବେ ବୋଲି ଘୋଷଣା କରି ସେପ୍ଟେମ୍ବର ୯ ତାରିଖ ଦିନ କଙ୍ଗନା ରଣାୱତ ତାଙ୍କ ମନାଲି ସ୍ଥିତ ବାସଗୃହରୁ ମୁମ୍ବାଇ ଯାତ୍ରା କରିଥିଲେ ।

ହିମାଚଳର ବିଜେପି ନେତାଙ୍କ ଧମକ: ଭାଙ୍ଗିପାରେ ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ସ୍ଥିତ ବଙ୍ଗଳା

ଅପରପକ୍ଷରେ ଏ ନେଇ ଇଣ୍ଡିଗୋ ବିବୃତି ଜାରି କରି କହିଛି ଯେ, ସେପ୍ଟେମ୍ବର ୯ ତାରିଖ ଦିନ ଚଣ୍ଡିଗଡ଼ରୁ ମୁମ୍ବାଇ ଯାତ୍ରା କରିଥିବା ୬ଇ୨୬୪ ବିମାନ ସହ ସମ୍ପୃକ୍ତ ପ୍ରସଙ୍ଗରେ ଆମେ ‘ଡିଜିସିଏ’କୁ ବିବୃତି ପ୍ରଦାନ କରିସାରିଛୁ। ଆମେ ପୁଣି ଥରେ କହୁଛୁ ଯେ, ଫଟୋଉଠାଇବା କଟକଣା, ସାମାଜିକ ଦୂରତ୍ୱ ଅବଲମ୍ବନ ଏବଂ ସାମଗ୍ରିକ ନିରାପତ୍ତା ବଜାୟ ରଖିବା କଥା ଘୋଷଣା କରି ଆମ କ୍ୟାବିନ୍ କ୍ରୁ ତଥା କ୍ୟାପ୍ଟେନ୍ ଆବଶ୍ୟକ ନିୟମ ଅନୁସରଣ କରିଥିବା ସେ କହିଛନ୍ତି ।

Leave a Reply