ପଞ୍ଚାୟତ ଓ ପୌର ନିର୍ବାଚନରେ ବିପୁଳ ସଫଳତା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ଅଧିକାରୀ

1 min read
DGP Sunil K Bansal & senior IPS officers met CM Naveen Patnaik

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନରେ ବିଜେଡିକୁ ବିପୁଳ ସଫଳତା । ପଞ୍ଚାୟତ ଓ ପୌର ନିର୍ବାଚନରେ ବିପୁଳ ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ, ଡିଜିପି ଓ ବହୁ ସଂଗଠନର କର୍ମକର୍ତ୍ତା । ଆଜି ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଓ ଡିଜିପି ସୁନିଲ କୁମାର ବଂସଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ । ଏହା ସହ ବରିଷ୍ଠ ଆଇଏଏସ, ଆଇପିଏସ ଓ ଅନ୍ୟାନ୍ୟ ସେବା ସଂଗଠନର କର୍ମକର୍ତ୍ତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ସଫଳତା ଲାଗି ଶୁଭେଚ୍ଛା ଜ୍ଞାପନ କରିଥିଲେ ।Image

ରାଜ୍ୟର ବିକାଶ ଓ ପ୍ରଗତି ଲାଗି ଅଧିକ ପ୍ରତିବଦ୍ଧତା ସହ କାର୍ଯ୍ୟ କରିବା ସକାଶେ ଅଫିସରମାନଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଅନ୍ୟମାନଙ୍କ ମଧ୍ୟରେ ଏଡିଜି ଲଳିତ ଦାସ, ଏଡିଜି ଆର କେ ଶର୍ମା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏହି ଭେଟଘାଟ ବେଳେ ଉପସ୍ଥିତ ଥିଲେ 5T ସଚିବ ଭି କେ ପାଣ୍ଡିଆନ। ଓଏଏସ ଆସୋସିଏସନ, ଓଡିଶା ଅର୍ଥ ସେବା, ଓଡିଶା ପୋଲିସ ସେବା ସଂଘ, ଓଡିଶା ସଚିବାଳୟ ସେବା ସଂଘ, ରାଜସ୍ୱ ସେବା, କନଷ୍ଟେବଳ ଓ ହାବିଲଦାର ସଂଘ ପ୍ରମୁଖ ସଂଗଠନର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।