spot_img

Latest Posts

ସ୍ତ୍ରୀର ଗଳାକାଟି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ସ୍ବାମୀ

ଧାମନଗର: ଧାମନଗର ବଜାର ମୋଲାନ ସାହିରେ ଅଭାବନୀୟ ଘଟଣା। ସ୍ତ୍ରୀର ଗଳାକାଟି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା। ଘର ଭିତରେ ପଡ଼ିଛି ସ୍ତ୍ରୀର ମୃତଦେହ। ଗାଁ ବିଲ ଗଛରେ ଝୁଲୁଛି ସ୍ବାମୀର ମୃତ ଦେହ। ଧାମନଗର ଥାନା ମୋଲନା ସାହିର ଭାସ୍କର ସାମଲ ନିଜ ସ୍ତ୍ରୀକୁ ଏକ ଧାରୁଆ କଟୁରିରେ ହତ୍ୟା ପରେ ନିଜ ଘରଠାରୁ କିଛି ଦୁରରେ ଏକ ବିଲରେ ଥିବା ଗଛରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ତେବେ ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ସାରା ଧାମନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Latest Posts

Don't Miss