ବରଗଡ଼ ଧନୁଯାତ୍ରାରେ କଂସଙ୍କୁ ନବଦଳାଇବାକୁ ଅନୁରୋଧ

1 min read

ସମ୍ବଲପୁର : ଆଗକୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା । ଡିସେମ୍ବର ୩୧ରୁ ଜାନୁଆରୀ ୧୦ ତାରିଖ ଯାଏଁ  ଚାଲିବ ଏହି ଯାତ୍ରା । ସେଥିପାଇଁ ଏବେଠାରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିଭିନ୍ନ ଭୂମିକାରେ ଅଭିନୟ କରିବାକୁ ଥିବା କଳାକାର ମାନଙ୍କର ଚୟନ ମଧ୍ୟ ଆରମ୍ଭ ହୋଇଯାଇଛି । ଏଥିରେ କଂସ ଭୂମିକାକୁ ମଧ୍ୟ ସାମିଲ କରାଯାଇଛି । ୭୧ ତମ ଧନୁଯାତ୍ରା ଉପଲକ୍ଷେ ହେବାକୁ ଥିବା ଏହି ଯାତ୍ରାରେ ବିଭିନ୍ନ ସଂଗଠନରୁ କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନଙ୍କୁ ନବଦଳାଇବାକୁ ଅନୁରୋଧ କରାଯାଇଛି।

୨୦୧୭ ମସିହାରେ ପ୍ରଧାନଙ୍କୁ ଏହି ଭୂମିକା ପାଇଁ ଚୟନ କରାଯାଇଥିଲା । ତେବେ ଏହା ପରଠୁ ସେ କଂସ ଭୂମିକାକୁ ଖୁବ୍ ସୁନ୍ଦର ଭାବରେ ନିଭାଉଛନ୍ତି । ଏମିତିକି ଲୋକମାନେ ତାଙ୍କୁ ସତ କଂସ ଭଳି ମନେକରୁଛନ୍ତି । କବି ହଳଧର ନାଗ ମଧ୍ୟ ପ୍ରଧାନଙ୍କୁ କଂସ ଭୂମିକାରେ ନବଦଳାଇବାକୁ ଅନୁରୋଧ କରାଯାଇଛି । ସାଧାରଣତଃ ଧନୁଯାତ୍ରାରେ କଳାକାରଙ୍କୁ ୩ ବର୍ଷ ଯାଏଁ ଚୟନ କରାଯାଇଥାଏ କିନ୍ତୁ ଏଥର ଏହା ୨ ବର୍ଷରେ କ’ଣ ପାଇଁ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି କିଛି ସଂଗଠନ । ')}

Leave a Reply