spot_img

Latest Posts

ଉଚ୍ଚ ବେତନର ଚାକିରି ଛାଡି ଏବେ ସଫଳ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ଉଚ୍ଚ ବେତନର ଚାକିରି ଛାଡି ଫାର୍ମ ପ୍ରତିଷ୍ଠା କଲେ ଯୁବକ । ନିଜ ପାଇଁ ଓ ନିଜ ଗାଁ ପାଇଁ କିଛି କରିବାର ଆଶା ନେଇ ଆଗେଇ ଆସିଥିଲେ ଢେଙ୍କାନାଳ କଙ୍କଡାହାଡ ଗୋପପୁର ଗାଁର ଅଜିତ କୁମାର ମହାନ୍ତ। ଉନ୍ନତପ୍ରଣାଳୀ ତଥା ଆଧୁନିକ ଜ୍ଞାନ କୌଶଳରେ ଗାଁ ମାଟିରେ ବିଦେଶୀ କୋଳି ଚାଷ କରିଛନ୍ତି ଅଜିତ l ୧୫ରୁ ଅଧିକ ଲୋକଙ୍କୁ ଦେଇଛନ୍ତି ରୋଜଗାର।

ଢେଙ୍କାନାଳ କଙ୍କଡାହାଡ ଗୋପପୁର ଗାଁର ଅଜିତ କୁମାର ମହାନ୍ତ। ପାଠପଢି ବାଙ୍ଗାଲୋରରେ ଏକ କମ୍ପାନିରେ ମୋଟା ଅଙ୍କରେ ଚାକିରି କରୁଥିଲେ। ହେଲେ ଚାଷ ପ୍ରତି ରହିଥିଲା ଦୁର୍ବଳତା। ଶେଷରେ ଚାକିରିରୁ ମୁହଁଫେରାଇ ନିଜ ଗାଁ ମାଟିରେ ଆପଲ ବେରି ଫାର୍ମ ପ୍ରତିଷ୍ଠା କଲେ । ପ୍ରାୟ ୪୦ ଏକର  ଜମିରେ ଲାଗିଲା ଗଛ। ଥାଇ ଗ୍ରୀନ ଆପଲ ବେରୀ, ରେଡ ବଲସୁନ୍ଦରୀ, ରେଡ କାଶ୍ମୀର ସୁନ୍ଦରୀ, ସିଡଲେସ ବେରୀ ପ୍ରଭୁତି ବିଦେଶୀ କୋଳି ଚାଷ ଆରମ୍ଭ କଲେ l ୨୦୨୧ ମସିହାରୁ ଚାଷ ଆରମ୍ଭ କରିଛନ୍ତି ଅଜିତ। ଆପଲ ବେରି ସହ ଡ୍ରାଗନ ଫ୍ରୁଟ, ଓଡିଶା ଥ୍ରୀ, ପିକେଏମ ଭଳି ପ୍ରଜାତିର ସଜନା ଗଛ ଲଗାଇଛନ୍ତି।

ଫାର୍ମରେ ୧୦ରୁ ଅଧିକ ଲୋକଙ୍କୁ ସେ ନିଯୁକ୍ତି ଦେଇଛନ୍ତି। ଆଦିବାସୀ ବହୁଳ ଅଞ୍ଚଳରେ ଏଭଳି ଏକ ଅତ୍ୟାଧୁନିକ ଫାର୍ମ ପ୍ରତିଷ୍ଠା କରିଥିବାରୁ ଅଜିତଙ୍କୁ ଚାରିଆଡୁ ପ୍ରଶଂସା ମିଳିଛି। କୋଳି କେଜି ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଛି । କୋଳି ଢେଙ୍କାନାଳ,କଟକ, ଭୁବନେଶ୍ୱର ,କେନ୍ଦୁଝର , ଯାଜପୁର , ତାଳଚେର, କାମାକ୍ଷାନଗର, ତେଲକୋଇ ଭଳି ଅଞ୍ଚଳକୁ ସପ୍ଲାଇ ମଧ୍ୟ ହେଉଛି।

Latest Posts

Don't Miss