spot_img

Latest Posts

ଢେଙ୍କାନାଳରେ କର୍ମୀଙ୍କ ଜୋସ ଭରିଲେ ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ

ଢେଙ୍କାନାଳ :  ଢେଙ୍କାନାଳ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ଅବିନାଶ ସାମଲଙ୍କ ଆହ୍ୱାନ । ଏକାଠି ଲଢ଼ିବୁ, ଏକାଠି ଚାଲିବୁ, ଏକାଠି ଜିତିବୁର ନାରାରେ ଢେଙ୍କାନାଳରେ ଗଡ଼ ଜିତିବ ବିଜେଡି । ସାଂସଦ ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ କାମାକ୍ଷାନଗର ବିଜୁଜନତା ଦଳ କାର୍ଯ୍ୟାଳୟ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ କର୍ମୀଙ୍କୁ ଏଭଳି କହିଛନ୍ତି ଢେଙ୍କାନାଳ ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ। କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଛି।  କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ର ତୁଙ୍ଗ ନେତୃତ୍ୱଙ୍କ ତରଫରୁ ନୂତନ ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ବ୍ଲକ ସଭାପତି ପ୍ରଭାସ ମିଶ୍ର, ଏନଏସି ଉପାଧକ୍ଷା ଶକୁନ୍ତଳା ସେଠି, ବ୍ଲକ ଉପାଧକ୍ଷା, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଆଗାମୀ ସାଧାରଣ ନିର୍ବାଚନ ରେ କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ କିପରି ବିପୁଳ ପରିମାଣରେ ଭୋଟ ପାଇ ବିଜେଡି ବିଜୟ ଲାଭ କରିବ ସେ ନେଇ ଆଲୋଚନା କରାଯାଇଥିଲା । ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କୁ ବିପୁଳ ଭୋଟ ରେ ବିଜୟ କରାଇବାକୁ ସମସ୍ତ ବରିଷ୍ଠ ନେତୃତ୍ୱ ଏକ ହୋଇ ଲାଗିପଡିବା ସହ ସଂଗଠନ କୁ ଆହୁରି ସୁଦୃଢ କରିବା ପାଇଁ ନିଷ୍ପତ୍ତି ହୋଇଛି ।

Latest Posts

Don't Miss