ଢେଙ୍କାନାଳରେ ବିରାଟ ମିଶ୍ରମ ପର୍ବ: ବିଜେଡିରେ ମିଶିଲେ ବିଜେପିର ହଜାରେରୁ ଅଧିକ କର୍ମୀ

1 min read

ଢେଙ୍କାନାଳ: ଢେଙ୍କାନାଳରେ ବିଜେଡିର ବିରାଟ ମିଶ୍ରଣ ପର୍ବ । ବଢ଼ିଲା ବିଜେଡି ବଳ । ୧ ହଜାରରୁ ଅଧିକ ବିଜେପି କର୍ମୀ ଯୋଗଦେଲେ ବିଜେଡିରେ । ଢେଙ୍କାନାଳ ମ୍ଯୁନିସିପାଲିଟିର ୬ ଜଣ କାଉନସିଲରଙ୍କ ସମେତ ବିଜେପିର ବହୁ ପୁରୁଖା କର୍ମୀ ଓ ନେତା ବିଜେଡିରେ ଯୋଗଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୨ ଶହରୁ ଅଧିକ ମହିଳା ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପିକୁ ବଡ଼ ଝଟକା ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ୧ ହଜାରରୁ ଅଧିକ ବିଜେପି କର୍ମୀ ବିଜେଡିରେ ଯୋଗଦେଇଛନ୍ତି। ମିଶ୍ରଣ ପର୍ବରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ସାଂସଦ ମହେଶ କୁମାର ସାହୁ, ବିଜେଡି ଜିଲ୍ଲା ସଭାପତି ନୃସିଂହ ଚରଣ ସାହୁ, କାର୍ଯ୍ୟକାରୀ ସଭାପତି ଦେବୀ ପ୍ରସାଦ ଭୂତିଆ, ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଜିଲ୍ଲା ମହିଳା ସଭାପତି ସାଗରିକା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।