ଜଳାଶୟର କିସମ ବଦଳାଇ ବନ୍ଧା ହେଲେ ଅତିରିକ୍ତ ତହସିଲଦାର

1 min read

ଢେଙ୍କାନାଳ: ଜମିର କିସମ ବଦଳାଇ ବନ୍ଧା ହେଲେ ଅତିରିକ୍ତ ତହସିଲଦାର । ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳାଇଙ୍କ ସମେତ ଜଣେ ଜମି ଦଲାଲକୁ ଗିରଫ କରିଛି ପୋଲିସ୍ । ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ଭଗବାନପୁର ନିକଟସ୍ଥ ସାନ ଷାଠିଏ ବାଟିଆରେ ଏକ ଜଳାଶୟକୁ ଶାରଦ କିସମକୁ ପରିବର୍ତ୍ତନ କରି ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ଭୂ-ଲେଖ ଓ୍ବେବସାଇଟରେ ମଧ୍ୟ ଚଞ୍ଚକତା କରି ଅପଲୋଡ କରି ଦିଆଯାଇଥିଲା ।

ଜମି ବିକ୍ରି କରି ପ୍ରାୟ ୨ କୋଟିରୁ ଅଧିକ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଘଟଣାରେ ତଦନ୍ତ କରି ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳାଇଙ୍କ ସହିତ ଆଉ ଜଣେ ଅଭିଯୁକ୍ତ ନରେନ୍ଦ୍ର ବେହେରାଙ୍କୁ ପୋଲିସ ଗିରଫ କରିଛି । ମାମଲାରେ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପୂର୍ବରୁ ମଧ୍ୟ ଅତିରିକ୍ତ ତହସିଲଦାରଙ୍କ ନାଁରେ ଅଭିଯୋଗ ଥିଲା । ଏକ ପଥର ଟ୍ରକରୁ 30 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରାପଡିଥିଲେ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳାଇ ।

ଏଥିସହିତ ପଢ଼ନ୍ତୁ: କୋଭିଡ ଶବଦାହ କରୁଥିବା କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲେ ଦବଙ୍ଗ ସମାଜସେବୀ

Leave a Reply