ପ୍ଲେ ଅଫ୍‌ ମ୍ୟାଚ୍‌ରେ ବୋଲିଂ ଯାଦୁ ଦେଖାଇବେ କି ଧୋନି କୋହଲି, ଆସିଲା ଫଟୋ

1 min read

ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୪ ପ୍ଲେ ଅଫ୍ ପାଇଁ ୩ଟି ଦଳ  କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପରେ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିଜର ସ୍ଥାନ ହାସଲ କରିଛି। ଏବେ କେବଳ ଚତୁର୍ଥ ଟିମ ଚୟନ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଜୋରଦାର ଫାଇଟ୍‌ ହେବ। ମେ ୧୮ ଶନିବାର ଦିନ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତୀୟ କ୍ରିକେଟର ଦୁଇ ବଡ ସୁପରଷ୍ଟାର ବିରାଟ କୋହଲି ଏବଂ ଏମଏସ ଧୋନି ମୁହାଁମୁହିଁ ହେବେ।

ବେଙ୍ଗାଲୁରୁରେ ହେବାକୁ ଥିବା ଏହି ମ୍ୟାଚକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଗୋଟିଏ ପାର୍ଶ୍ୱରେ ବେଙ୍ଗାଲୁରୁ ଅଛି, ଯିଏକି ୮ ଟି ମ୍ୟାଚରେ ୭ଟି ପରାଜୟ ପରେ ଲଗାତାର ୫ଟି ମ୍ୟାଚ ଜିତି ପ୍ଲେ ଅଫ୍ ଦୌଡରେ ପ୍ରବେଶ କରିଛି  । ଅନ୍ୟ ପଟେ ଚେନ୍ନାଇ ନୂତନ ଅଧିନାୟକଙ୍କ ନେତୃତ୍ୱରେ ନିଜକୁ ଏହି ରେସରେ ସାମିଲ କରିଛି। ଗୋଟିଏ ପଟେ ବିରାଟ କୋହଲି ଅଛନ୍ତି, ଯିଏ ନିଜ ବ୍ୟାଟ୍ ସହିତ ସମସ୍ତ ପ୍ରଶ୍ନ ଏବଂ ସମାଲୋଚନାର ଉତ୍ତର ଦେଇଥିବା ବେଳେ ଅନ୍ୟ ପଟେ ଧୋନି ଯିଏକି ବିସ୍ଫୋରକ ବ୍ୟାଟିଂରେ ପ୍ରଶଂସକଙ୍କୁ ଖୁସି କରୁଛନ୍ତି । କିନ୍ତୁ ସମସ୍ତଙ୍କ ମନରେ ଏବେବି ଭୟ ରହିଛି। କାରଣ ଏହା ତାଙ୍କର ଶେଷ ମ୍ୟାଚ୍  ।

ପ୍ଲେ ଅଫ୍ ମ୍ୟାଚ ପୂର୍ବରୁ ଉଭୟଙ୍କର ସମାନ ରୂପ ଦେଖିବାକୁ ମିଳିଛି  ।  ମ୍ୟାଚର ଦୁଇ ଦିନ ପୂର୍ବରୁ ଧୋନି ଏବଂ କୋହଲି ବ୍ୟାଟିଂ ଅଭ୍ୟାସ କରିବା ସହ ବୋଲିଂ ବି ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

ଚେନ୍ନାଇ ସୁପର କିଙ୍ଗ୍ସ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛି ଯେଉଁଥିରେ ଷ୍ଟାର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଧୋନି ନେଟ୍‌ ପ୍ରାକ୍ଟିସରେ ନିଜର ଅଫ୍ ସ୍ପିନ୍ ପ୍ରଦର୍ଶନ କରୁଛନ୍ତି। ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରାଟ କୋହଲିଙ୍କ ଏକ ଫଟୋ ପୋଷ୍ଟ କରିଛି ଯେଉଁଥିରେ ସେ ବୋଲିଂ କରିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ତେବେ ଧୋନି ଏବଂ କୋହଲି ଏହି ମ୍ୟାଚରେ କେବଳ ବ୍ୟାଟ୍ ନୁହେଁ ବଲ ସହିତ ମଧ୍ୟ ନିଜର ଯାଦୁ ଦେଖାଇବେ କି?