ଟି-୨୦ ବିଶ୍ବକପ ଖେଳିବେ କି ଧୋନୀ?

1 min read

ନନ୍ଦିଘୋଷ ବ୍ୟୁରୋ: ଧୋନୀ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପରେ ଭାରତ ଆଉ ଆଇସିସି କପ ଜିତିନାହିଁ । ଯଦିଓ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛି ତଥାପି ଦଳ କପ ଜିତିନାହିଁ । ଏଣୁ ଧୋନୀ ପୁଣିଥରେ ଦଳକୁ ଫେରନ୍ତୁ ବୋଲି କ୍ରିକେଟ ପ୍ରେମୀମାନେ ଆଶା ପ୍ରକଟ କରିଛନ୍ତି । ଏବେ ଆଇପିଏଲ ଚାଲିଥିବାବେଳେ ଧୋନୀଙ୍କ ବ୍ୟାଟିଂକୁ ନେଇ ବେଶ ଚର୍ଚ୍ଚା ହେଉଛି । ଚଳିତ ଆଇପିଏଲରେ ଧୋନୀଙ୍କ ଆଣ୍ଠୁରେ ଆଘାତ ଲାଗିଥିଲେ ସୁଦ୍ଧା ସେ ୨୦ ଓଭର ଓ୍ବିକେଟ କିପିଂ କରୁଛନ୍ତି । ଭାରତୀୟ ଦଳରେ ଏବେ ଟି-୨୦ ବିଶ୍ବକପରେ କାହାକୁ ସ୍ଥାନ ମିଳିବ ଏହାକୁ ନେଇ ଦ୍ବନ୍ଦ ଲାଗି ରହିଥିବାବେଳେ ପ୍ରଶଂସକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ଧୋନୀ ।

ସୋସିଆଲ ମିଡିଆରେ ବହୁ ପ୍ରଶଂସକମାନେ ଏହାକୁ ନେଇ ବିଭିନ୍ନ ପୋଷ୍ଟ ମାନ କରୁଛନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ଦୁଇ ପୂର୍ବତନ କ୍ରିକେଟର ଏକ ଟିଭି ଶୋରେ ଧୋନୀଙ୍କୁ ନେଇ ଆଲୋଚନା କରିଛନ୍ତି। ଇରଫାନ୍ ପଠାନ ଏବଂ ବରୁନ ଆରୁନ କହିଛନ୍ତି କି, ଧୋନୀ ଚାହିଁଲେ ଓ୍ବାଲ୍ଡ କାର୍ଡ ଭାବେ ଟି-୨୦ ବିଶ୍ବକପରେ ଖେଳିପାରିବେ। ତାଙ୍କ କେହି ମଧ୍ୟ ଅଟକାଇ ପାରିବେ ନାହିଁ । ଏବେ ସେ ଯେଭଳି ଫର୍ମରେ ରହିଛନ୍ତି ଭାରତ ପାଇଁ ଏହା ବେଶ ଲାଭ ଦାୟକ ହେବ । ବ୍ୟାଟିଂ ସାଙ୍ଗକୁ ଓ୍ବିକେଟ କିପିଂ ଏବଂ ଧୋନୀଙ୍କ ଉପସ୍ଥିତି ଦଳ ପାଇଁ ପ୍ଲସ ପଏଣ୍ଟ ହେବ । ତେବେ କହି ରଖୁଛୁ କି, ଧୋନୀ ୨୦୨୦ ମସିହାରେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ୨୦୧୯ ବିଶ୍ବକପରେ ଶେଷଥର ପାଇଁ ସେମିଫାଇନାଲରେ ଖେଳିଥିଲେ ।