ସଙ୍ଗଠନ ଟଙ୍କା ପାଇଁ ଗଲା କି ଆଦିତ୍ୟଙ୍କ ଜୀବନ ? କଣ କହୁଛନ୍ତି ସଦସ୍ୟ…

1 min read
Bharatpur Minor Boy Death Case Cops Arrested TWO

ଭୁବନେଶ୍ୱର: ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁର କାରଣ ଟଙ୍କା କି ? ସୁଇସାଇଡାଲ୍ ନୋଟରେ ପପୁଙ୍କୁ ଆଦିତ୍ୟ ୭୦ ହଜାର ଟଙ୍କା ଦେଇଥିବା ଲେଖିଛନ୍ତି । ଯଦିଓ ସୁଇସାଇଡ୍ ନୋଟର ହାତଲେଖା ଆଦିତ୍ୟଙ୍କର ନା ଆଉ କାହାର ଜଣାପଡ଼ିନାହିଁ । କିନ୍ତୁ ଟଙ୍କା ଦେଣନେଣ ସନ୍ଦେହଜନକ ମୃତ୍ୟୁକୁ ଆହୁରି ସନ୍ଦେହ ଭିତରକୁ ଟାଣି ଆଣିଛି । ୪ ପୃଷ୍ଠାର ସୁଇସାଇଡ୍ ନୋଟରେ ନିଜ ବାହାଘର ପାଇଁ ସଙ୍ଗଠନ ଫଣ୍ଡରୁ ସେ ୫୦ ହଜାର ଟଙ୍କା ନେଇଥିଲେ । ସେ ଟଙ୍କା ଦେଇ ପାରିନଥିବାରୁ ଦୁଃଖିତ । ଟଙ୍କା ଦେଣନେଣ ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ବିଦ୍ୟାଶ୍ରୀଙ୍କ ସନ୍ଦେହ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆଣିଛି ।

ସେଦିନ ରାତିରେ ଆଦିତ୍ୟଙ୍କ ସାଙ୍ଗ କାହିଁକି ପୋଲିସକୁ ଦେଇନଥିଲେ ଡାଏରୀ ?

ଏନେଇ ପ୍ରତିକ୍ରିୟା ରଖିଛନ୍ତି ‘ପିପୁଲ୍ ଫର ସଙ୍ଗଠନ’ର ସଦସ୍ୟ ମନୋଜ କୁମାର ସିଂ । ସଙ୍ଗଠନ ସହ ଜଡ଼ିତ ସଦସ୍ୟ ବିଭିନ୍ନ ସମୟରେ ଟଙ୍କା ନେଇଥାନ୍ତି । ସେହିଭଳି ପପୁ ମଧ୍ୟ ଟଙ୍କା ନେଇଥିଲେ । ବିଦ୍ୟାଶ୍ରୀ ବାହାଘରର ମାସ ପରେ ଏହା ଭିତରେ କିଛି ମୁଣ୍ଡ ପୁରାଇବାର ନଥିଲା । ପପୁ ପଇସା ନେଇଥିଲେ, ଦେଇଥାନ୍ତେ । ଆଦିତ୍ୟ ପଇସା ଦେଇଥିଲେ, ସେ ଆଣିଥାନ୍ତେ । ଏଥିରେ ବିଦ୍ୟାଶ୍ରୀଙ୍କ ମୁଣ୍ଡ ପୁରାଇବା ଉଚିତ୍ ନଥିଲା । ପାଇବାର ଆଶା, ଭରସା ଥିଲା ବୋଲି ଆଦିତ୍ୟ ପପୁଙ୍କୁ ଟଙ୍କା ଦେଇଥିଲେ ବୋଲି କହିଛନ୍ତି ‘ପିପୁଲ୍ ଫର ସଙ୍ଗଠନ’ର ମନୋଜ ।

ତେବେ, ଡାଏରୀରେ ହାତଲେଖା କାହାର ? ଏହାକୁ ନେଇ ମନୋଜ ପ୍ରଶ୍ନ ଉଠାଇଛନ୍ତି । ଆଦିତ୍ୟଙ୍କ ହାତଲେଖା ହୋଇ ନଥାଇପାରେ ବୋଲି ସେ କହିଛନ୍ତି । ଆଦିତ୍ୟଙ୍କ ପକ୍ଷେ ୪ ପୃଷ୍ଠା ଲେଖିବା ସମ୍ଭବ ନୁହେଁ । ସେ ଅଧିକ ସମୟ କହିପାରନ୍ତି ବରଂ ଲେଖିପାରନ୍ତି ନାହିଁ । ଅନ୍ୟପକ୍ଷରେ ଏତେ ଜଲଦି ଆଦିତ୍ୟ ବାହା ହେବାକୁ ଚାହୁଁନଥିଲେ । ହଠାତ୍ ବାହାଘର ହୋଇଥିଲା ବୋଲି କହିଛନ୍ତି ମନୋଜ ।

(ଭୁବନେଶ୍ୱରରୁ ଅରୁଣ ସାହୁ)

ଆଦିତ୍ୟ ମୃତ୍ୟୁ ମାମଲା, ଜିଆରପି ମାଗିଲା ଟ୍ରେନ୍ ତାଲିକା

https://www.facebook.com/NandighoshaTV/videos/205268304131894/

Leave a Reply