କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ କମିଲା ବ୍ୟବଧାନ

1 min read
Sri Lanka Denies To Import Chinese Covid Vaccine

ନୂଆଦିଲ୍ଲୀ: କମିଲା କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (Mohfw) କୋଭିସିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ପୁଣି ଥରେ ହ୍ରାସ କରିଛି । ଦ୍ୱିତୀୟ ଡୋଜର ବ୍ୟବଧାନ ଦୁଇଥର ବୃଦ୍ଧି ପାଇଲା ପରେ ଏଥର ବ୍ୟବଧାନ ହ୍ରାସ କରାଯାଇଛି । ଏହା କେବଳ ସେହିମାନଙ୍କ ପାଇଁ, ଯେଉଁମାନେ ବିଦେଶ ଯାତ୍ରା କରିବାକୁ ଯାଉଛନ୍ତି । ନୂତନ ଗାଇଡଲାଇନ ପରେ, ବର୍ତ୍ତମାନ କିଛି ବର୍ଗ ପାଇଁ ୮୪ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ବର୍ତ୍ତମାନ ୨୮ ଦିନ ପରେ ମଧ୍ୟ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଦିଆଯାଇପାରିବ ।

ତୃତୀୟ ଥର ପାଇଁ କୋଭିସିଲ୍ଡର ଉଭୟ ଡୋଜର ବ୍ୟବଧାନ ପରିବର୍ତ୍ତନ କରାଯାଇଛି । ଭାରତରେ ୧୬ ଜାନୁୟାରୀରୁ ଆରମ୍ଭ ହୋଇଥିବା କୋଭିସିଲ୍ଡ ଟୀକାକରଣରେ ୨୮ ରୁ ୪୨ ଦିନର ବ୍ୟବଧାନ ରଖାଯାଇଥିଲା । ଏହା ପରେ ୨୨ ମାର୍ଚ୍ଚରେ ଏହି ବ୍ୟବଧାନ ୬-୮ ସପ୍ତାହକୁ ବୃଦ୍ଧି କରାଯାଇଥିଲା । ପରେ, ମେ ୧୩ ରେ, ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ୧୨-୧୬ ସପ୍ତାହକୁ ବୃଦ୍ଧି କରାଯାଇଛି ।

ନୂଆ ଗାଇଡଲାଇନ କ’ଣ ?

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶାବଳୀ, ସେହିମାନଙ୍କ ପାଇଁ ଯେଉଁମାନଙ୍କ ଠାରେ କୋଭିସିଲ୍ଡର ପ୍ରଥମ ଡୋଜ ଲାଗିସାରିଛି ଏବଂ ସେମାନଙ୍କୁ ଏବେ ବିଦେଶ ଯାତ୍ରା କରିବାର ଅଛି । ଏହି ବିଦେଶୀ ଯାତ୍ରା ଅଧ୍ୟୟନ, ରୋଜଗାର ଏବଂ ଅଲିମ୍ପିକ୍ ଦଳ ପାଇଁ ହୋଇପାରେ । ଏହିପରି ଲୋକଙ୍କୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ପାଇଁ ୮୪ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ଏହାପୂର୍ବରୁ, ହିଁ ସେମାନଙ୍କୁ ଦ୍ୱିତୀୟ ଡୋଜ ଦିଆଯିବ ।

ଏହାପୂର୍ବରୁ ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁ ମଙ୍ଗଳବାର ଦିନ କହିଛନ୍ତି ଯେ, କୋଭିସିଲ୍ଡର ପ୍ରଥମ ଡୋଜର ୨୮ ଦିନ ବ୍ୟବଧାନ ପରେ ଦ୍ୱିତୀୟ ଡୋଜ ଦିଆଯିବ, ଯେଉଁମାନେ ବିଶେଷ କାରଣରୁ ବିଦେଶ ଯିବା ଆବଶ୍ୟକ କରନ୍ତି ।

Leave a Reply