spot_img

Latest Posts

ନିଜ ଉପରକୁ ଗୁଳି ଚଳାଇଲେ ତାମିଲନାଡୁ କୋଏମ୍ବାଟୁରର ଡିଆଇଜି

ଚେନ୍ନାଇ :  ନିଜ ଉପରକୁ ଗୁଳି ଚଳାଇଲେ DIG । ତାମିଲନାଡୁ କୋଏମ୍ବାଟୁରର ଡିଆଇଜି ନିଜେ ନିଜ ଉପରେ ଗୁଳି ଚଳାଇଛନ୍ତି । ମୃତ ଡିଆଇଜି ହେଲେ ସି. ବିଜୟକୁମାର । ରେସ୍‌ କୋର୍ସରେ ଥିବା ତାଙ୍କ କ୍ୟାମ୍ପ ଅଫିସରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ଡିଆଇଜି ବିଜୟ କୁମାର ଅନେକ ଦିନ ହେବ ଚାପରେ ରହୁଥିଲେ ବୋଲି କହିଛନ୍ତି ତାଙ୍କ ସହକର୍ମୀ ।

କିଛି ଦିନ ହେବ ତାଙ୍କ ପରିବାର ଲୋକ ଚେନ୍ନାଇରୁ ଆସି ତାଙ୍କ ସହିତ କୋଏମ୍ବାଟୁରସ୍ଥିତ ସରକାରୀ ବାସଭବନରେ ରହୁଥିଲେ। କିନ୍ତୁ ଆଜି ଭୋରରୁ ସେ ଏକ ସର୍ଭିସ ପିସ୍ତଲରୁ ନିଜକୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସର୍ଭିସ ପିସ୍ତଲଟି ତାଙ୍କର ନଥିଲା। ସେ ଏହାକୁ ତାଙ୍କ ବାସଭବନରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ କର୍ମଚାରୀଙ୍କଠାରୁ ମାଗି ନେଇଥିଲେ। ପୋଲିସ ବିଜୟ କୁମାରଙ୍କ ମୃତଦେହକୁ ଜବତ କରି କୋଏମ୍ବାଟୁର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ‍ବିଜୟ କୁମାର କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ, ତାହା ଜଣାପଡିନାହିଁ ।…

Latest Posts

Don't Miss