ଜାଣନ୍ତୁ କାହିଁକି ଧୋନୀଙ୍କ ମନ ପଢିବାକୁ ଚାହାନ୍ତି ଦିନେଶ କାର୍ତ୍ତିକ

1 min read

ନୂଆଦିଲ୍ଲୀ: ଦୀର୍ଘଦିନ ପରେ ଭାରତୀୟ ଟିମକୁ ଫେରିଛନ୍ତି ଦିନେଶ କାର୍ତ୍ତିକ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଟି-ଟ୍ବେଣ୍ଟି ମ୍ୟାଚ୍ ପାଇଁ ସେ ଟିମ୍ ଇଣ୍ଡିଆରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଆଜି କଟକର ବାରବାଟୀରେ ଖେଳଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଦ୍ବିତୀୟ ମ୍ୟାଚ । ଏହି ଭିତରେ ଏକ ସାକ୍ଷାତକାରରେ ଦିନେଶ କାର୍ତ୍ତିକ ଭାରତୀୟ ଟିମର ପୂର୍ବତନ କ୍ୟାପଟେନ ଏମ ଏସ୍ ଧୋନୀଙ୍କ ବିଷୟରେ ଏପରି କହିଛନ୍ତି ,ଯେ କେହି ଶୁଣିବ ଆଶ୍ଚର୍ଯ୍ୟ ହେବ । ‘ଯଦି ମତେ କାହର ମନ ପଢିବାର କ୍ଷମତା ଦିଆଯିବ ତେବେ ମୁଁ ଏମ ଏସ ଧୋନୀଙ୍କ ମନ ପଢିବାକୁ ଚାହିଁବି’ ଏମିତି କହିଛନ୍ତି ଦିନେଶ କାର୍ତ୍ତିକ ।

BCCIର ଅଫିସି୍ଆଲ ଟ୍ବିଟ୍ ପେଜରେ ଗୋଟିଏ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଦିନେଶ କାର୍ତ୍ତିକ ନିଜ ପସନ୍ଦ ଓ ନାପସନ୍ଦ ବିଷୟରେ ପଶ୍ନର ଉତ୍ତର ଦେଉଥିଲେ । ଏହି ସମୟରେ ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା କି ସେ ଟିମଙ୍କ ସହ ଡିନର କରିବାକୁ ପସନ୍ଦ କରିବେ ନା ଜଣେ ସେଲିବ୍ରେଟିଙ୍କ ସହ ଫିଲ୍ମ ଦେଖିବାକୁ ପସନ୍ଦ କରିବେ । ସେ ଉତ୍ତରରେ କହିଥିଲେ କି ମୁଁ ଟିମ୍ ସହ ଡିନର କରିବାକୁ ପସନ୍ଦ କରିବି । ସେମିତି ସେ କଫି ଓ  ଚା‘ ମଧ୍ୟରୁ ସେ ଚା’କୁ ବାଛି ଥିଲେ ।ଆହୁରି ଏକ ପ୍ରଶ୍ନରେ ତାଙ୍କୁ କୌଣସି ସ୍ପେଶାଲ ପାଓ୍ବାର ଦିଆଯାଏ, ସେ କଣ କହିବାକୁ ଚାହିଁବେ ବୋଲି ପଚରା ଯାଇଥିଲା, ଆଉ ସେ ଉତ୍ତର ରଖିଥିଲେ , ମୁଁ ଏମ ଏସ ଧୋନିଙ୍କ ମନ ପଢିବାକୁ ଚାହିଁବି ।