spot_img

Latest Posts

ସ୍କୁଲରେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ ମାରି କଲେ ଲହୁଲୁହାଣ, ଅଭିଯୋଗ ଆଣିଲେ ପରିବାର ଲୋକ

ମୟୂରଭଞ୍ଜ : ସ୍କୁଲରେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିସ୍ତୁକ ମାଡ଼। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେବାରୁ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି ଅନ୍ୟ ଛାତ୍ର। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଭୀମତାଳି ହାଇସ୍କୁଲରେ ଘଟିଛି ଏଭଳି ଘଟଣା। ଛାତ୍ରମାନେ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମଦନାପାଳ ଗାଁର ଯୁଗଳ ବେହେରାଙ୍କ ଦିବ୍ୟାଙ୍ଗ ଝିଅ ଗତକାଲି ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ସ୍କୁଲକୁ ଯାଇଥିଲେ। ହେଲେ ସ୍କୁଲରେ ପରିସ୍ରା ଓ ବାନ୍ତି କରି ଦେଇଥିଲେ। ଯାହାକୁ ପରିଷ୍କାର କରିବାକୁ କିଛି ନବମ ଶ୍ରେଣୀ ଛାତ୍ର କହିଥିଲେ। ହେଲେ ସେ ସଫା ନ କରିବାରୁ ତାଙ୍କୁ ଛାତ୍ରମାନେ ନିସ୍ତୁକ ମାଡ଼ ମାରିଛନ୍ତି। ଛାତ୍ରୀଙ୍କ ପିଠି ଓ ଦେହ ସାରା ନୋଳା ଦାଗ ରହିଛି। ଏନେଇ ଉଦଳା ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି।

Latest Posts

Don't Miss