LACରେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ଆଲୋଚନା

1 min read

ନୂଆଦିଲ୍ଲୀ: ତୁଟିବ ଭାରତ-ଚୀନ୍ ସୀମା ବିବାଦ ! LACରେ ଉତ୍ତେଜନା ହ୍ରାସ ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା । ତାଜକିସ୍ତାନର ଦଶାନବେଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ ବା SCO ବୈଠକରେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଚୀନର ତାଙ୍କ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ସହ ଆଲୋଚନା କରିଛନ୍ତି । LAC ବିବାଦର ଶୀଘ୍ର ସମାଧାନ ପାଇଁ ଦୁଇ ଦେଶ କାର୍ଯ୍ୟ କରିବା ଉଚିତ । ସୀମାରେ ଶାନ୍ତି ରକ୍ଷା ଓ ଉନ୍ନତି ପାଇଁ ଉଭୟ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯିବା ଦରକାର ବୋଲି ଆଲୋଚନା ହୋଇଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ କରି କହିଛନ୍ତି ।

ଏହାସହ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଉଭୟ ଦେଶ ମତ ବିନିମୟ କରିବା ସହ ସମାଧାନ ପାଇଁ ସହମତ ହୋଇଛନ୍ତି । ଅବଶିଷ୍ଟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଉଭୟ ପକ୍ଷର ସାମରିକ ଏବଂ କୂଟନୈତିକ ଅଧିକାରୀମାନେ ପୁଣିଥରେ ଆଲୋଚନା କରିବେ । ତେବେ LAC ସମସ୍ୟାର ସମାଧାନ ପାଇଁ ଚୀନ୍ ତୃତୀୟ ଦେଶକୁ ସାମିଲ ନ କରୁ ବୋଲି ଜୟଶଙ୍କର କହିଛନ୍ତି । ଏହାଛଡ଼ା ଅନ୍ୟଦେଶର ନେତାଙ୍କ ସହ ମଧ୍ୟ ଭାରତ ପକ୍ଷରୁ ଆଲୋଚନା କରାଯାଇଛି । ସେପଟେ ଆଜି ଭିସିରେ SCO ସମ୍ମିଳନୀରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟ ଦେଶର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।

Leave a Reply