ଦିବ୍ୟା ଦେଶମୁଖ ମହିଳା ଚେସ୍ ବିଶ୍ବ ଚାମ୍ପିୟନ: ପ୍ରଥମ ଭାରତୀୟ ମହିଳା ଭାବେ ରଚିଲେ ଇତିହାସ
1 min read
ଭାରତର ଯୁବ ପ୍ରତିଭା ଦିବ୍ୟା ଦେଶମୁଖ ମହିଳା ଚେସ ବିଶ୍ବ କପ ୨୦୨୫ ନିଜ ନାମରେ କରିଛନ୍ତି । ମାତ୍ର ୧୯ ବର୍ଷ ବୟସରେ ଦିବ୍ୟା ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି । ଜର୍ଜିଆରେ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତର କୋନେରୁ ହମ୍ପିଙ୍କୁ ଟାଇ-ବ୍ରେକରେ ପରାସ୍ତ କରିଥିଲେ ଦିବ୍ୟା । ଏହା ଫଳରେ ବିଶ୍ବ କପ ଜିତିବାରେ ଦିବ୍ୟା ପ୍ରଥମ ଭାରତୀୟ ମହିଳା ହୋଇପାରିଛନ୍ତି । ସେ ଭାରତର ଚତୁର୍ଥ ମହିଳା ଗ୍ରାଣ୍ଡମାଷ୍ଟର ମାନ୍ୟତା ପାଇଛନ୍ତି । ଗତ ବର୍ଷ ଜୁନିୟର ବିଶ୍ବ ଚାମ୍ପିୟନଶିପ ଜିତିବା ପରେ ଦିବ୍ୟା ବୁଦାପେଷ୍ଟରେ ଚେସ ଅଲିମ୍ପିୟାଡରେ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଦିବ୍ୟାଙ୍କ ଏହି ଉପଲବ୍ଧି ଭାରତୀୟ ଚେସ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି । ଏହି ଉପଲବ୍ଧି ହାସଲ କରିବା ପରେ ଦିବ୍ୟାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ଶାନଦାର ପ୍ରୟାସ ପାଇଁ ହମ୍ପିଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ । ଫାଇନାଲ ପୂର୍ବରୁ ଶନିବାର ଓ ରବିବାର ଖେଳା ଯାଇଥିବା ଗେମ ଡ୍ର ରହିଥିଲା । ସେଥିରେ ଦୁଇ ଖେଳାଳି ଶାନଦାର ପ୍ରଦର୍ଶନ କରିଥିଲେ ।