ଦୀପାବଳିରେ ବଡ ଅଘଟଣ : ବାଣ ବିସ୍ଫୋରଣରେ ଚାଲିଗଲା ଯୁବକଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତେନ୍ତୁଳିଆପଲ୍ଲି ପଞ୍ଚାୟତ କଇଠଜା ଗାଁରେ ବାଣ ବିସ୍ଫୋରଣ । ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଛିଡିଗଲା ଯୁବକଙ୍କ ହାତ ଓ ଗୋଡ । ମେଡିକାଲ ନେବା ବାଟରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପିଣ୍ଟୁ ପଲେଇ । ପିଣ୍ଟୁ ନିଜ ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ବାଣ ବିସ୍ଫୋରଣରେ ଘର ନଷ୍ଟ ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।