ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା; ମୃତ୍ୟୁ ପୂର୍ବରୁ କାନ୍ଦି କାନ୍ଦି ପ୍ରେମିକାଙ୍କୁ ଏମିତି କିଛି ନିବେଦନ କରିଥିଲେ….

ଭୁବନେଶ୍ୱର: ଭୁବନେଶ୍ବରରେ ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା । ସାମ୍ନାକୁ ଆସିଲା ଆଜେକ୍ସଙ୍କ ମୃତ୍ୟୁ ପୂର୍ବରୁ ଶେଷ ଭିଡ଼ିଓ । ପ୍ରାଣବାୟୁ ଉଡିବା ପୂର୍ବରୁ ପ୍ରେମିକାକୁ ଆକୁଳ ନିବେଦନ । ଛାତି ଫଟାଇ ଚିତ୍କାର କରି କାନ୍ଦିଥିଲେ ଆଜେକ୍ସ । ମୋ ଜୀବନ ଫେରେଇ ଦିଅ । ତମେ ଉପହାର ଦେଇଥିବା ବ୍ଳାକ ସାର୍ଟ ପିନ୍ଧି ଯାଉଛି । ତମ ସହ ଶେଷ ଦେଖା କରିବାକୁ ଚାହୁଁଛି । ମୋ ଦେହ ଜଳିବା ପୂର୍ବରୁ ଥରେ ମେତେ ଦେଖିବ… ଏଥିଲା ଆଜେକ୍ସଙ୍କ ଶେଷ ଅଡିଓ ଓ ଭିଡିଓ । ଫ୍ୟାନରେ ବେଡସିଟ ଲଗାଇଛନ୍ତି । କାନ୍ଦି କାନ୍ଦି ଭିଡିଓ କରି ପ୍ରେମିକା ଦେଇଥିବା ସାର୍ଟ ପିନ୍ଧି ଝୁଲି ପଡିଛନ୍ତି ।

ଏହି ଏଭିଡିଓ ଦେଖିବା ପରେ ଜନ୍ମ କଲା ମାଆର ଆଖିରି ଲୁହ ଝରି ଆସିଛି । ପୁରୁଣା କଥାକୁ ମନେ ପକାଇ ପୁଅକୁ ଝୁରୁଛନ୍ତି । ବାହୁନି ବାହୁନି କାନ୍ଦୁଛନ୍ତି ଆଜେକ୍ସଙ୍କ ମା’ । ପ୍ରେମିକା ଓ ପୁରୁଷ ବନ୍ଧୁ ପଅକୁ ମିଶି ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପରିବାର । ୫ ଭଉଣୀରେ ଗୋଟେ ଭାଇ । ବାଲିଯାତ୍ରା ପଡିଆରେ ପ୍ରେମିକାଙ୍କୁ ବୋହୂ କରିବାକୁ ମାଆକୁ କହିଥିଲେ ଆଜେକ୍ସ । ତାର କିଛି ଦିନ ପରେ ଶ୍ରୀମନ୍ଦିରରେ ଶିନ୍ଦୁର ଦେଇଥିଲେ ପ୍ରେମିକାକୁ ବିବାହ କରିଥିଲେ । ହେଲେ ଆଜେକ୍ସଙ୍କୁ ନୁହଁ ତାଙ୍କ ଟଙ୍କାକୁ ଭଲ ପାଉଥିଲା ପ୍ରେମିକା ବୋଲି ଅଭିଯୋଗ କରିଛନ୍ତି ମା’ ।  ଆସନ୍ତାକାଲି ଆଜେକ୍ସଙ୍କ ମୃତ୍ୟୁ ପୁରିବ ୩ ମାସ । ଆଜେକ୍ସଙ୍କ ଡିଜେ ରୁମ ଧୂଳି ଧୂସର ହୋଇ ପଡିଛି । କାନ୍ଥରେ ଲାଗିଥିବା ଫଟୋର ଫୁଲ ମାଳ ଶୁଖି ଯାଇଛି ।

ଆଜେକ୍ସଙ୍କ ଚେୟାର ବି ଖାଲି ପଡିଛି । ମାଆ ମନ ବୁଝୁନି ମଝିରେ ମଝିରେ ତାଙ୍କ ରୁମକୁ ଯାଇ ଡିଜେ ମେସିନକୁ ଆଣ୍ଡାଳି ଦେଉଛନ୍ତି । ଅଫେରା ରାଇଜକୁ ଚାଲି ଯାଇଥିବା ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ଅବୁଝା ମା । ସେପଟେ ପୁଅକୁ ନ୍ୟାୟ ପାଇଁ ପରିବାର ଲୋକ ହାଇକୋର୍ଟ ଦ୍ବାରସ୍ଥ ହୋଇଛନ୍ତି । ଆଜେକ୍ସ ମୃତ୍ୟୁ ମାମଲାରେ ଖାରବେଳ ନଗର ଥାନା ପୋଲିସ ହାତରେ ଡିଜିଟାଲ ପ୍ରମାଣ ଲାଗିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଦଫା ୩୦୨ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଆଜେକ୍ସଙ୍କ ପ୍ରେମିକା, ପରୁଷବନ୍ଧୁ ଓ ଆଉ ଜଣେ ବାନ୍ଧବୀଙ୍କୁ ପଚରାଉଚରା କରିଛି ପୋଲିସ ।