ବିବାହରେ ଜିଲ୍ଲାପାଳଙ୍କ ଚଢ଼ାଉ, ଯିଏ ସାମ୍ନାକୁ ଆସିଲା ଖାଇଲା ଚାପୁଡ଼ା

1 min read

ଦେଶରେ କରନା ସଂକ୍ରମଣ ଗଦିକୁ ଦିନ ବଢ଼ିବାରେ ଲାଗିଛି। ତେବେ ଏଭଳି ପରିସ୍ଥିତିରେ ରାଜ୍ୟ ଗୁଡ଼ିକରେ କୋଭିଡ୍ ଗାଇଡଲାଇନ ଜାରି କରାଯାଇଛି। ତେବେ ସମସ୍ତ କୋଭିଡ ନିୟମର ପାଳନ ହେଉଛି କି ନାହିଁ ତାହା ନିଶ୍ଚିତ କରିବା ପ୍ରଶାସନର ଦାୟିତ୍ୱ। ହେଲେ କିଛି ସ୍ଥାନରେ ପ୍ରଶାସନିକ ଅଧିକାରୀମାନେ ଏହି ଗାଇଡଲାଇନ ପାଳନ ଯାଞ୍ଚ କରିବା ସମୟରେ କଠୋରତା ଓ ଅଭଦ୍ରାମି କରୁଥିବା ଦେଖିବାକୁ ମିଳୁଛି। ନିକଟରେ ତ୍ରିପୁରାର ରାଜଧାନୀ ଅଗରତାଲାର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସ୍ଥାନୀୟ ଜିଲ୍ଲାପାଳ ଏହ ବିବାହ ଉତ୍ସବରେ ଚଢ଼ଉ କରି ବର ଏବଂ ପଣ୍ଡିତଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି।

ଯିଏ ସାମ୍ନାକୁ ଆସିଲା ସେ ଚାପୁଡ଼ା ଖାଇଲା:

ଏହି ଘଟଣା 26 ଏପ୍ରିଲ ରାତିରେ ଘଟିଛି। ଜିଲ୍ଲାପାଳ ଶୈଳେଶ ଯାଦବ କରୋନା ପ୍ରୋଟୋକଲ ଅନୁସରଣ କରିବାକୁ ସହରରେ ପାଟ୍ରୋଲିଂ କରିବାକୁ ଯାଇଥିଲେ। ରାତି ପ୍ରା 10ଟା ବେଳେ ସେ ଏକ ବିବାହ ଉତ୍ସବରେ ଚଢ଼ାଉ କରିଥିଲେ। ତେବେ ସେଠି କରୋନା କଟକଣା ଉଲଙ୍ଘନ ହେଉଥିବା ଦେଖି ସେ ରାଗିଯାଇଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜିଲ୍ଲାପାଳ ଯେତେବେଳେ ମ୍ୟାରେଜ ହଲ ଭିତରକୁ ପ୍ରବେଶ କରୁଛନ୍ତି ଜଣେ ମହିଳା ତାଙ୍କୁ ପରମିଶନ ଲେଟର ଦେଖାଉଛନ୍ତି। ହେଲେ ଜିଲ୍ଲାପାଳ କିଛି ଶୁଣୁନାହାନ୍ତି ଏବଂ, ସେ ସେହି ଲେଟରଟିକୁ ଚିରି ଫୋପାଡ଼ିଦେଉଛନ୍ତି। ସେ କହୁଛନ୍ତି ଯେ ରାତି 10ଟା ପରେ ବାହାଘର ପାଇଁ ଅନୁମତି ନାହିଁ।  ଏହାପରେ ସେ ଆକ୍ସନ ମୋଡକୁ ଆସୁଛନ୍ତି। ବର, ପରିବାର ବର୍ଗ, ବୃଦ୍ଧ, ମହିଳା ଯଏ ବି ତାଙ୍କ ସାମ୍ନାକୁ ଆସିଲେ ସେ ସମସ୍ତଙ୍କୁ ଚାପୁଡ଼ା ମାରୁଛନ୍ତି। ଏହାପରେ ସେ ବର ଓ କନ୍ୟାଙ୍କୁ ଗିରଫ କରିବାକୁ ମଧ୍ଯ ନିର୍ଦ୍ଦେଶ ଦେଉଛନ୍ତି। ଯିଏ ବି ତାଙ୍କ ସହ କଥା ହେବାକୁ ଚେଷ୍ଟା କରୁଛନ୍ତି ସେ ତାଙ୍କୁ ମଧ୍ଯ ଗିରଫ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି।

କେବଳ ବିବାହରେ ଥିବା ଲୋକଙ୍କୁ ନୁହେଁ ଜିଲ୍ଲାପାଳ ପୋଲିସ ଅଧିକାରୀମାନଙ୍କୁ ମଧ୍ଯ ଗାଳିଦେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କ ଅବହେଳା ଯୋଗୁ ଏଭଳି ହେଉଥିବା କହି ସେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରୁଛନ୍ତି।

ସୋସିଆଲ୍ ମିଡିଆରେ ହଇଚଇ:

ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭଭାଇରାଲ ହେଉଛି। ଅନେକ ଲୋକ ଜିଲ୍ଲାପାଳଙ୍କ ଅଏବଳି ବ୍ୟବହାରକୁ ନେଇ ସମାଲୋଚନା କରୁଛନ୍ତି। କେବଳ ସାଧାରଣ ଲୋକ ନୁହେଁ 2009 ବ୍ୟାଚର ଆଇଏଏସ୍ ଅଧିକାରୀ ଅଶ୍ୱୀନ ଶରଣ ମଧ୍ଯ ଟ୍ୱିଟ୍ କରି ଜିଲ୍ଲାପାଳଙ୍କ ଏଭଳି ବ୍ୟବହାରକୁ ନିନ୍ଦା କରିଛନ୍ତି।

ନିଲମ୍ବିତ ହେଲେ ଜିଲ୍ଲାପାଳ:

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାପରେ ଜଲ୍ଲାପାଳ ଶୈଳେଶ ଯାଦବଙ୍କୁ ନିଲମ୍ବିତ କରାଯାଇଛି। ଏଥି ସହ ମୁଖ୍ୟମନ୍ତ୍ରୀ ଦୁଇଜଣ ସାଂସଦଙ୍କ ଏକ କମିଟି ଗଠନ କରିଛନ୍ତି। ପଶ୍ଚିମ ତ୍ରିପୁରା ସାଂସଦ ତଥା ବିଜେପି ନେତା ପ୍ରତୀମା ଭୋମିକ କହିଛନ୍ତି ଯେ ସେ ବରର ସମ୍ପର୍କୀୟଙ୍କୁ ଦେଖା କରିବେ ଏବଂ ସେମାନଙ୍କଠାରୁ ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଗ୍ରହଣ କରିବେ।

ଅନ୍ୟପଟେ ଏହି ଘଟଣା ନେଇ କଡ଼ା ସମାଲୋଚନା ପରେ ଜିଲ୍ଲାପାଳ କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି ଯେ ଯଦି କାହାର ଭାବନାକୁ ମୁଁ  ଆଘାତ ଦେଇଛି ତେବେ କ୍ଷମା ମାଗୁଛି। ଏହା କାହାର ଭାବନାକୁ ଆଘାତ କରିବା ପାଇଁ କରାଯାଇ ନାହିଁ। କେବଳ ଏଠାରେ ଥିବା ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଏଭଳି କରାଯାଇଥିଲା। ଆମେ ନିୟମକୁ କଠୋର ଭାବରେ କାର୍ଯ୍ୟକାରୀ କରିବାକୁ ଚାହୁଁଥିଲୁ।

 

 

Leave a Reply