ଅନାଥ ଶିଶୁଙ୍କ ଘରେ ଜିଲ୍ଲାପାଳ: ପାଠ ପଢାଇବା ପାଇଁ ବାଟ କଢାଇଲେ

ଭୁବନେଶ୍ୱର : ଜିଲ୍ଲାପାଳ ହେବତ ଏମିତି । ଅସମୟରେ ଛିଡ଼ା ହେଲେ  । ଅସୁବିଧା ବୁଝିଲେ  । ବେସାହାରା ପିଲାଙ୍କୁ ସାହାରା ଦେବାର ସାହାସ ବି ଦେଲେ  । କରୋନାର କରାଳ ରୂପରେ  ତିନି ଶିଶୁ ଅନାଥ ହୋଇଯିବା ପରେ ସେମାନଙ୍କ ନିକଟରେ ପହଞ୍ଚିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ । ପାଢ ପଢିବାର ପ୍ରତିଶ୍ରୁତି, ସମସ୍ତ ପ୍ରକାର ବ୍ୟବସ୍ଥା କରାଇଛନ୍ତି ଜିଲ୍ଲାପାଳ  ।

ସକାଳୁ ସକାଳୁ ସିଧାସଳଖ ଜିଲ୍ଲାପାଳ ବାହାରି ପଡିଥିଲେ ସାନଖେମୁଣ୍ଡି ଅଞ୍ଚଳକୁ । ଅନାଥ ହୋଇଯାଇଥିବା ୩ ଶିଶୁଙ୍କ ଘରେ ପହଁଚି ସେମାନଙ୍କ ସହ ଆଲୋଚନା କରିଥିଲେ   । କେମିତି ପଢୁଛନ୍ତି, କିପରି ଚଳୁଛନ୍ତି  । ସମସ୍ତ କଥା ପଚାରି ବୁଝିଥିଲେ ଜିଲ୍ଲାପାଳ କୁଲାଙ୍ଗେ । ପିଲାଙ୍କ ଦାୟିତ୍ୱ ନେବା ସହ ସେମାନଙ୍କ ପଢା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିରୁ ଦଶ ହଜାର, ରେଡକ୍ରସ ପାଣ୍ଠିରୁ ୨୦ହଜାର ଓ ଗୁରୁକଲ୍ୟାଣ ପାଣ୍ଠିରୁ ୧୫ହଜାର ଟଙ୍କା ପ୍ରଦାନ କରିଛନ୍ତି ।

 ତାଙ୍କ ସହ ସାନଖେମୁଣ୍ଡି ତହସିଲଦାର ବିଡ଼ିଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିଆରସିସି, ଶିକ୍ଷକ ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସେମାନଙ୍କୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରାଯିବ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ।।

Leave a Reply