ଅଭିନେତା ତଥା DMDK ପାର୍ଟିର ମୁଖ୍ୟ ବିଜୟକାନ୍ତଙ୍କ ପରଲୋକ

1 min read

ଚେନ୍ନାଇ: ଅଭିନେତା ତଥା DMDK ପାର୍ଟିର ମୁଖ୍ୟ ବିଜୟକାନ୍ତଙ୍କ ପରଲୋକ ହୋଇଛି । ସେ କରୋନା ସଂକ୍ରମିତ ଥିବାବେଳେ ମେଡିକାଲରେ ଚିକିତ୍ସିତ ହେଉଥିଲେ । ନିକଟରେ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ କରୋନା ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଲେ । ନିଶ୍ବାସ ନେବାରେ ଅସୁବିଧା ହେଉଥିବାବେଳେ ଭେଣ୍ଟିଲେଟର ଲଗାଯାଇଥିଲା । ନଭେମ୍ବର ୨୦ ତାରିଖରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଥିଲା କି, ସେ ସୁସ୍ଥ ଅଛନ୍ତି ଶୀଘ୍ର ଘରକୁ ଫେରିବେ । ମାତ୍ର ଗୁରୁବାର ଏଭଳି ଖବର ସାମନାକୁ ଆସିଥିବାବେଳେ ଖେଳି ଯାଇଛି ଶୋକର ଛାୟା । ତାଙ୍କ ମୃତ୍ୟୁ ଖବର ପାଇଥିବାବେଳେ ବହୁ ରାଜନେତା ଏବଂ ଅଭିନେତାମାନେ ଟୁଇଟ କରି ଶୋକସନ୍ତପ ପରିବାରକୁ ସାନ୍ତ୍ବନା ଦେବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ବିଜୟକାନ୍ତ ଜଣେ ଜଣାଶୁଣା ସାଉଥ ଅଭିନେତା ଥିବାବେଳେ ତାଙ୍କର ଅନେକ ହିଟ୍ ଫିଲ୍ମ ରହିଛି । ୧୫୪ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଏହାପରେ ରାଜନୀତିରେ ପ୍ରବେଶ କରି ଅନେକ ସଫଳତା ମଧ୍ୟ ହାସଲ କରିଛନ୍ତି । DMDK ପାର୍ଟି ଗଠନ କରି ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ରାଜନୀତିରେ ଛିଡ଼ା କରିଛନ୍ତି । ସେ ୨୦୧୧ର ୧୬ ତାମିଲନାଡ଼ୁ ବିଧାନସଭାରେ ବିରୋଧୀ ଦଳ ନେତାଭାବେ କାର୍ଯ୍ୟ ତୁଲାଇଛନ୍ତି । ନିକଟରେ ଅସୁସ୍ଥ ହୋଇଥିବାବେଳେ ବାରମ୍ବାର ମେଡିକାଲ ମଧ୍ୟ ଯିବାକୁ ପଡ଼ିଥିଲା ।

ଡିଏମଡିକେ ନେତା ତଥା ସିନେ ଅଭିନେତା ବିଜୟକାନ୍ତଙ୍କ ପରଲୋକ । କୋଭଡରେ ଆକ୍ରାନ୍ତ ହୋଇ ବିଜୟକାନ୍ତଙ୍କ ଦେହାନ୍ତ ଘଟିଛି । ୭୧ ବର୍ଷ ବୟସରେ ବିଜୟକାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶୀୟା ମୁରପୋକୁ ଦ୍ରାବିଡ କଝଗମ DMDKର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବିଜୟକାନ୍ତ କୋଭିଡ ପଜିଟିଭ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା ।ଶ୍ବାସଜନିତ ସମସ୍ୟାରୁ ତାଙ୍କର ମୃତ୍ୟୁ ହୋଇଛି । ବିଜୟକାନ୍ତ ପ୍ରଶଂସକଙ୍କ ମଧ୍ୟରେ କ୍ୟାପଟନେ ଭାବେ ବେଶ ଜଣାଶୁଣା । ତାମିଲ ସିନେ ଜଗତର ଜଣେ ଜଣାଶୁଣା ଅଭିନେତା ହେଉଛନ୍ତି ବିଜୟକାନ୍ତ । ନିଜର ଅଭିନୟ ବଳରେ ସେ ତାମିଲ ସିନେ ଜଗତରେ ଏକେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି ।ସେ ୧୫୪ରୁ ଅଧିକ ସିନେମାରେ ଅଭିନୟର ଛାପ ଛାଡି ଯାଇଛନ୍ତି ।

ସାଉଥ ଇଣ୍ଡିଆ ଆର୍ଟିଷ୍ଟ ଆସୋସିଏସନର ମଧ୍ୟ ସଦସ୍ୟ ଥିଲେ ବିଜୟକାନ୍ତ । ଦକ୍ଷିଣ ସିନେ ଜଗତରେ ବିଜୟକାନ୍ତ ଅନେକ ପରିବର୍ତ୍ତନ ଆଣିଥିଲେ । ୨୦୦୫ରେ DMDK ଦଳ ଗଠନ କରିଥିଲେ । ୨୦୦୬ରେ ତାମିଲନାଡୁ ନିର୍ବାଚନରେ ସମସ୍ତ ଆସନରେ ଦଳୀୟ ପ୍ରାର୍ଥୀ ଦେଇଥିଲା DMDK । ନିର୍ବାଚନରେ ୧୦ ପ୍ରତିଶତରୁ କମ ଭୋଟ ପାଇଥିଲା DMDK । ୨୦୧୧ରେ ଏଆଇଏଡ଼ିଏମକେ୍ ସହ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢିଥିଲା । ସେହି ସମୟରେ ୪୧ ଆସନରୁ ମୋଟ ୨୬ ଆନସରେ ଜିତିଥିଲେ DMDK ବିଧାୟକ । ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ଆଖ୍ୟା ପାଇଥିଲା ଡିଏମଡିକେ । ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ବିଜୟକାନ୍ତ । ବିରୁଧାଚଳମ ଏବଂ ରିଶିବନ୍ଦୀୟମ ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ ନିର୍ବାଚନରେ DMDK ଲୋକସଭା ନିର୍ବାଚନ ଲଢିଥିଲା ।….