ଭୁବନେଶ୍ବର : ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ। କଳା ବ୍ୟାଜ ପିନ୍ଧି ଓପିଡିରେ ରୋଗୀ ଦେଖୁଛନ୍ତି ଜୁନିଅର ଡାକ୍ତର। ଏହା ସହିତ ଜୁନିୟର ଡାକ୍ତର ସଂଘ ଚେତାବନୀ ଦେଇଛି, ସରକାର ଡାକ୍ତରମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାନ୍ତୁ। ନ ହେଲେ ଓପିଡି ସେବା ବନ୍ଦ କରିବ ସଙ୍ଘ। ଏହି ଘଟଣାକୁ ନେଇ ସୁପରଟେଣ୍ଡେଣ୍ଟଙ୍କୁ ଭେଟିବ ସଂଘ। ରୋଗୀ ସେବା ନେଇ ଜେନେରାଲ ବଡି ମିଟିଂରେ ଆଲୋଚନା ବି ହେବ। କ୍ୟାପିଟାଲ ହସ୍ପିଟାଲରେ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ ପ୍ରତିବାଦ କରାଯିବ ବୋଲି ଜୁନିୟର ଡାକ୍ତର ସଂଘ। ଗତକାଲି ରୋଗୀ ସେବାକୁ ନେଇ କିଛି ଯୁବକ କ୍ୟାପିଟାଲ ହସପିଟାଲର ଡାକ୍ତରଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା।
ସେପଟେ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଭେଟି ବୁଝାସୁଝା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଏସ. ଅଶ୍ଵଥି। ସେ କହିଛନ୍ତି ଡାକ୍ତରଙ୍କ ସୁରକ୍ଷା ପାଇଁ ଆମେ ଯତ୍ନବାନ ଅଛୁ। ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି। ସବୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ। ଆଶା କରୁଛୁ, ସବୁ ଅଭିଯୁକ୍ତ ଗିରଫ ହେବେ। ଡାକ୍ତରମାନଙ୍କ ସମସ୍ୟା ଓ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ। OPD ସରିବା ପରେ ରୋଗୀ ଆସିଥିଲେ। କାଜୁଆଲିଟି ଯିବାକୁ କହିବା ପରେ ନ ଯାଇ ଗଣ୍ଡଗୋଳ କରିବା ଠିକ୍ ନୁହେଁ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ସଚିବ।

