ଯୋଗ କଲେ କେଶ ଝଡ଼ିବା କମ୍ ହେବ କି, କ’ଣ କହୁଛନ୍ତି ଏକ୍ସପର୍ଟ…

1 min read

କେଶ ଝଡ଼ିବା ଆଜିକାଲିର ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏହାକୁ କମ୍ କରିବା ପାଇଁ ଆଜିକାଲିର ଯୁବକ, ଯୁବତୀମାନେ ମହଙ୍ଗା ହେୟାର ପ୍ରଡକ୍ଟର ଉପଯୋଗ କରୁଥିବା ଦେଖାଯାଉଛି । ମାତ୍ର ଏହାର ଫାଇଦା କିଛି ମିଳୁନଥିବା ଦେଖାଯାଉଛି । ଅନେକ ସମୟରେ ଏହା ସ୍ବାସ୍ଥ୍ୟ ସମସ୍ୟାର ମଧ୍ୟ କାରଣ ସାଜିପାରେ । ଯଦି ବିନା କାରଣରେ କି ପାଣିପାଗ ପରିବର୍ତ୍ତନ କାରଣରୁ ଆପଣଙ୍କର କେଶ ଝଡ଼ୁଛି, ତେବେ ଏଥିପାଇଁ ଲାଇଫଷ୍ଟାଇଲ ଓ ଡାଏଟରେ ପରିବର୍ତ୍ତନ କରିବା ସହ ହେୟାର କେୟାର କରିବାକୁ ପରାମର୍ଶ ଦିଆଯାଇଥାଏ । ଯୋଗ ଦ୍ବାରା ହେୟାର ଫଲକୁ କମ୍ କରାଯାଇପାରିବ ବୋଲି ସୋସିଆଲ ମିଡ଼ିଆରେ କିଛି ଇନଫ୍ଲୁଏନ୍ସର କହିଥାନ୍ତି । ଏନେଇ କ’ଣ କହୁଛନ୍ତି ଏକ୍ସପର୍ଟ ଆସନ୍ତୁ ଜାଣିବା ।

ଯୋଗ ଏକ୍ସପର୍ଟ କହିଛନ୍ତି, ଯୋଗ କେଶକୁ ସୁସ୍ଥ ରଖିବା ସହ ହେୟାର ଫଲକୁ କମ କରିବାରେ ସହାୟକ ହୋଇପାରେ । ଯେତେସବୁ ଫୋରହେଡ ବେଣ୍ଡିଙ୍ଗ ଯୋଗାସନ ରହିଛି, ସେଥିରେ ଶରୀରକୁ ଆଗକୁ ଝୁକିବାକୁ ପଡ଼ିଥାଏ । ଏହି ଅଭ୍ୟାସ କେଶକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ । ଯେପରିକି ଶୀର୍ଷାସନ, ବଜ୍ରାସନ, ପର୍ବତାସନ ଓ ଅର୍ଦ୍ଧ ଉତ୍ତନାସନ କେଶ ପାଇଁ ଭଲ ହୋଇଥାଏ । ଏଥିସହିତ ଡାଇଡ ଓ ସଠିକ୍ ଖାଦ୍ୟ ମଧ୍ୟ ଜରୁରୀ । ଏଥିପାଇଁ ଷ୍ଟ୍ରେସକୁ କମ୍ କରିବା ପାଇଁ ଅନୁଲୋମ-ବିଲୋମ ପରି ପ୍ରାଣାୟମ କରିପାରନ୍ତି । ଏହାଦ୍ବାରା ଷ୍ଟ୍ରେସ କମ୍ ହେବ, ଫଳରେ କେଶ ଝଡ଼ିବା କମ୍ କରିବାରେ ସହାୟତା ମିଳିପାରେ ।

ଯୋଗାସନ ସହିତ ଲାଇଫଷ୍ଟାଇଲକୁ ଠିକରେ ରଖିବା ଓ ଡାଇଟକୁ ହେଲଦୀ ରଖିବା ବହୁତ ଜରୁରୀ । ଏଥିପାଇଁ ଓମେଗା-ଫ୍ୟାଟି ଏସିଡ, ପ୍ରୋଟିନ, ଭିଟାମିନ ଏ, ଭିଟାମିନ ସି, ଭିଟାମିନ ଡି, ଭିଟାମିନ ଇ, ବାୟୋଟିନ, ଜିଙ୍କ ଓ ଆଇରନ ପରି ପୋଷକ ତତ୍ତ୍ବରେ ଭରପୂର ଥିବା ଡାଇଟ୍ ନିଅନ୍ତୁ । ଦୈନିକ ୭-୮ ଘଣ୍ଟା ନିଦ୍ରା ନିଅନ୍ତୁ, ଷ୍ଟ୍ରେସକୁ ମ୍ୟାନେଜ କରନ୍ତୁ ଓ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ସଠିକ୍ ମାତ୍ରାରେ ପାରି ପିଅନ୍ତୁ ।