କ୍ୟାପିଟାଲ ହିଲ୍‌ ଆକ୍ରମଣ ଘଟଣାରେ ଦୋଷମୁକ୍ତ ହେଲେ ଡୋନାଲ୍ଡ ଟ୍ରମ୍ପ

ଓ୍ୱାସିଂଟନ୍‌: କ୍ୟାପିଟଲ୍‌ ହିଲରେ ହିଂସା ପାଇଁ ଉସକାଇବା ଅଭିଯୋଗରେ ଦୋଷମୁକ୍ତ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଐତିହାସିକ ଦ୍ୱିତୀୟ ମହାଭିଯୋଗ ବିଚାରରେ ସଂଖ୍ୟାଗରିଷ୍ଠ ସିନେଟ୍‌ ରିପବ୍ଲିକାନ୍‌ମାନେ ଟ୍ରମ୍ପ୍‌ଙ୍କୁ ଦଣ୍ଡ ଦେବାଲାଗି ମନାକରି ଦେଇଛନ୍ତି । କ୍ୟାପିଟଲ ହିଲ୍ ହିଂସାକୁ ନେଇ ଜାନୁଆରୀ ୬ରେ ସିନେଟ୍ ଟ୍ରମ୍ପଙ୍କୁ ଦୋଷୀ କରିଥିଲେ । ଆମେରିକା ସିନେଟରେ ହୋଇଥିବା ଭୋଟିଂରେ ୫୭ ଜଣ ସିନେଟର ଟ୍ରମ୍ପଙ୍କୁ ମହାଭିଯୋଗରେ ଦୋଷୀ କହିଥିବା ବେଳେ ୪୩ ଜଣ ସିନେଟର ଦୋଷୀ କହିନାହାନ୍ତି । ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ ଲାଗି ସିନେଟରେ ଦୁଇ ତୃତୀୟାଂଶ ବହୁମତ ଅର୍ଥାତ୍ ୬୭ ଭୋଟ୍ ଆବଶ୍ୟକ । ଆମେରିକାରେ ଜାନୁଆରୀ ୬ରେ କ୍ୟାପିଟାଲ ହିଲରେ ହୋଇଥିବା ହିଂସାକୁ ନେଇ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା । ଯାହାକୁ ସଂସଦର ତଳ ସଦନ ମଞ୍ଜୁରୀ ଦେଇଥିବା ବେଳେ ସିନେଟରେ ପ୍ରସ୍ତାବ କାଟ୍ ଖାଇଛି ।

କ୍ୟାପିଟାଲ ହିଲ୍‌ରେ ଆକ୍ରମଣ ଘଟଣା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍‌ କରାଯାଇଥିଲା । ଟ୍ରମ୍ପଙ୍କ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିଲା । ଆକ୍ରମଣ ପରେ ଆମେରିକାରେ ଜରୁରୀକାଳିନ ପରିସ୍ଥିତି ଉପୁଜିଥିବା ବେଳେ, ଏଥିପାଇଁ ଟ୍ରମ୍ପଙ୍କୁ ଦାୟୀ କରାଯାଇଥିଲା ।  ଏନେଇ ଜୁକର ବର୍ଗ ମଧ୍ୟ ନିଜେ ଫେସ୍‌ବୁକ୍‌ରେ ଲେଖି ପୋଷ୍ଟ କରିଥିଲେ । କ୍ୟପିଟାଲ ହିଲ୍‌ରେ ଆକ୍ରମଣ ଘଟଣାରେ ୪ ଜଣଙ୍କ ଜୀବନ ଯାଇଥିଲା ।

Leave a Reply