spot_img

Latest Posts

ଓଡ଼ିଶାରେ ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ବିଶେଷଜ୍ଞ,ଡରିବାର ଆବଶ୍ୟକତା ନାହିଁ

ଭୁବନେଶ୍ୱର: ବ୍ରିଟେନରେ ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱ ଆତଙ୍କିତ ହୋଇପଡିଛି । ଏହାକୁ ନେଇ ଓଡିଶା ସରକାର ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ହେଲେ ବ୍ରିଟେନରେ ଚିହ୍ନଟ ନୂଆ ଷ୍ଟ୍ରେନକୁ ନେଇ ବିଶେଷଜ୍ଞ ମାନେ ଅନେକ କଳ୍ପନାଜଳ୍ପନା କରୁଛନ୍ତି । ଏଭଳି ସମୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି)ର ଏମଡି ସିବିକେ ମହାନ୍ତି।

ତାଙ୍କ କହିବାନୁଯାୟୀ, ୟୁକେ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ଷ୍ଟ୍ରେନ ସମ୍ପର୍କରେ ଅନୁଧ୍ୟାନ ଚାଲିଛି। ପୂର୍ବ କରୋନା ରୋଗୀଙ୍କ ଭଳି ଲକ୍ଷଣ ସମାନ ରହିଛି। ନୂଆ ଷ୍ଟ୍ରେନରେ ସଂକ୍ରମଣ ଅଧିକ ରହୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ବ୍ରିଟେନର ପୂର୍ବ ତିନି ମାସର ସଂକ୍ରମଣ ହାର ଦେଖିଲେ ସେମିତି କିଛି ପ୍ରତିଫଳିତ ହେଉନି। ତଥାପି ଆମକୁ ସତର୍କ ରହିବାକୁ ପଡିବ। ସରକାର ମଧ୍ୟ ଏସବୁ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ଓ ମୁଖ୍ୟମନ୍ତ୍ରୀ ପ୍ରତେକ ଦିନ ସମୀକ୍ଷା କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ରିଟେନ ଫେରନ୍ତା ନିଜ ସମ୍ପର୍କରେ ସୂଚନା ଦେବାକୁ ଆହ୍ୱାନ କରାଯାଇଛି। ଏଥିସହିତ ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କ ଜେନେଟିକ ଆନାଲିସିସ ହେବ। ଏହି ବ୍ୟକ୍ତିଙ୍କ ଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁ ନ ଜାଣିଲା ପର୍ଯ୍ୟନ୍ତ କିଛି ଭୟଭୀତ ହେବାର ଆବଶ୍ୟକତା ନାହିଁ। କିନ୍ତୁ ଏହାକୁ ଦ୍ଵିତୀୟ ୱେଭ କୁହାଯାଇପାରିବନି। ଏପରିକି ୟୁରୋପୀୟ ଦେଶ ଗୁଡିକୁ ଛାଡିଲେ ଅନ୍ୟ କୌଣସି ଦେଶରେ ଦ୍ଵିତୀୟ ୱେଭ କଥା ଦେଖାଯାଇନି। ଏହି ଷ୍ଟ୍ରେନ ଅଧିକ ସଂକ୍ରମିତ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ଲାବୋରେଟୋରିର ଆନାଲିସିସ ଓ ଫିଲଡ଼ର ସ୍ଥିତି ମଧ୍ୟରେ ବହୁ ଫରକ ରହିଛି।

ସେହିପରି ବ୍ରିଟେନ ଫେରନ୍ତାଙ୍କୁ ନେଇ ଆଇଏଲଏସ ନିର୍ଦେଶକ ଅଜୟ ପରିଡାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ମତରେ ବ୍ରିଟେନ ଫେରନ୍ତା ଆକ୍ରାନ୍ତଙ୍କ ଜିନ ଅନୁଶିଳନ ହେବ। ବ୍ରିଟେନ ଫେରନ୍ତା ଯିଏ ପଜିଟିଭ ହୋଇଥିବେ ତାଙ୍କର ଜିନମ ସିକ୍ୟୁଏନ୍ସିଙ୍ଗ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଆଇଏଲଏସକୁ ଚିହ୍ନଟ କରିଛନ୍ତି। ବ୍ରିଟେନର ନୂଆ ଷ୍ଟ୍ରେନ ପିଜିଟିଭ ବ୍ୟକ୍ତିଙ୍କ ଦେହରେ ଅଛି ନା ନାହିଁ ଅନୁଶୀଳନ କରାଯିବ। ଏହି ନୂଆ ଷ୍ଟ୍ରେନ ଅଧିକ ମାତ୍ରାରେ ସଂକ୍ରମଣ କରିବାର କ୍ଷମତା ରଖୁଛି। ତେଣୁ ଅଧିକ ସଚେତନ ହୋଇ ନିୟମ ମାନିବାକୁ ପଡିବ।

Latest Posts

Don't Miss