ଡାକ୍ତର ଶୁବ୍ରହମ୍ ପାଣିଙ୍କ ‘ରୋଜା ଲେଟ୍ସ ରାଇଜ୍ ଇନ୍ ଲଭ୍’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଡାକ୍ତର ଶୁବ୍ରହମ୍ ପାଣିଙ୍କ ଦ୍ୱାରା ଲିଖିତ ‘ରୋଜା ଲେଟ୍ସ ରାଇଜ୍ ଇନ୍ ଲଭ୍’ ପୁସ୍ତକ ଉନ୍ମୋଚନ ହୋଇଛି  ।  ପ୍ରେମ, ମାନବିକତା, ଉତ୍ସାହ, ଦୁଃଖ ଓ ବ୍ଯକ୍ତିଗତ ବିକାଶ ବିଷୟକୁ ନେଇ  ଏଥିରେ ବର୍ଣ୍ଣନା କରାଯାଇଛି ।  ଡାକ୍ତର ପାଣି କାହାଣୀର ମୁଖ୍ଯ ଚରିତ୍ର ରୋଜାକୁ ଅତି ନିଖୁଣ ଭାବେ ବର୍ଣ୍ଣନା କରି ଗଳ୍ପଟିକୁ ରୂପ ଦେବା ସହ ଏକ ଚେତନାଧର୍ମୀ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି   ।

ପୁସ୍ତକଟି ଅନଲାଇନ ପ୍ଲାଟଫର୍ମ ଆମାଜନ, ଫ୍ଲିପକାର୍ଟରେ ଉପଲବ୍ଧ ହୋଇ ସାରିଥିବାବେଳେ ଅଫଲାଇନରେ ଖୁବ୍ ଶୀଘ୍ର ବଜାରରେ ମଧ୍ୟ ଉପଲବ୍ଧ ହେବ। ଏହା ଛଡା ଏହି ପୁସ୍ତକର ଲାଭାଂଶ କକର୍ଟ ରୋଗୀଙ୍କ ଉପରେ ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।

ଡାକ୍ତର ଶୁବ୍ରହମ୍ ସର୍ବଦା ତାଙ୍କ ଲେଖାରେ ଏକ ଉଚ୍ଚକୋଟୀର ସାହିତ୍ଯ ଛିଟା ଛାଡ଼ିଯିବାକୁ ପ୍ରୟାସ କରିଥାନ୍ତି , ଯାହାକି ତାଙ୍କର ଆଗାମୀ ପୁସ୍ତକ ‘ଟର୍ଣ୍ଣିଙ୍ଗ୍ ଦ ଟାଇଡ’ରେ ମଧ୍ୟ ପରିଲକ୍ଷିତ ହେବ । ଏହା ଏକ ସତ୍ଯ କାହାଣୀ ଉପରେ ଆଧାରିତ  କୋଭିଡ୍ ସମୟରେ ରୋଗୀଙ୍କ ଦୁଃଖ, ଯନ୍ତ୍ରଣା ଓ ଡାକ୍ତରମାନଙ୍କର ବୀରତ୍ୱପୂର୍ଣ୍ଣ ଭୂମିକାକୁ ଅତି ନିଚ୍ଛକ ଭାବେ ସେ ବର୍ଣ୍ଣନା କରିଛନ୍ତି    ।