ମହାମହିମଙ୍କ ଅଭିଭାଷଣ: ମୁଁ ରାଷ୍ଟ୍ରପତି ହେବା ପ୍ରତିଟି ଗରିବଙ୍କ ଉପଲବ୍ଧି..

1 min read

ନୂଆଦିଲ୍ଲୀ: ସଂସଦ ଭବନରେ ସେଣ୍ଟ୍ରାଲ ହଲରେ ଶପଥ ନେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ  । ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ନିଜର ଅଭିଭାଷଣ ରଖିଥିଲେ ଦ୍ରୌପଦୀ ମୁର୍ମୁ  । ଉପସ୍ଥିତ ଅତିଥିଙ୍କୁ ପ୍ରଣାମ ଜଣାଇବା ସଙ୍ଗେ ସଙ୍ଗେ ଜୀବନର କଠିନ ପରିସ୍ଥିତି ଭାରତର ଭବିଷ୍ୟତ, ଯୁବପିଢୀଙ୍କ ବିକାଶ ବିଷୟରେ ନିଜର ଅଭିଭାଷଣ ରଖିଥିଲେ  ।  ରାଷ୍ଚ୍ରପତି ଭାବେ ନୱିର୍ବାଚିତ ହେବା ମୋର ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ଭାରତର ପ୍ରତିଟି ଗରିବଙ୍କ ଉପଲବ୍ଧି  ।

ମୟୁରଭଞ୍ଜର ଜିଲ୍ଲା ରାଇରଙ୍ଗପୁରର ଏକ ଗରିବ ଆଧିବାସୀ ଅଧୁଷିତ ପରିବାରରେ ଜନ୍ମନେଇଥିଲି  । ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଭିସିକ୍ତ ହୋଇଛି  ।  ଏଭଳି ଏକ ମହାନ ପଦବୀରେ ବସାଇଥିବାକୁସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ  । ଭାରତର ସମସ୍ତ ବ୍ୟକ୍ତିଙ୍କ ଆଶା-ଆକାଂକ୍ଷା ଏବଂ ଉତ୍କଣ୍ଠାକୁ ଗ୍ରହଣ କରିଥିଲେ  । ଆତ୍ମବିଶ୍ୱାସର ସହ ଦେଶର ରାଷ୍ଟ୍ରପତି ପଦବୀରେ ପ୍ରତିପାଦିତ କରିବାଥିବାରୁ ଦେଶବାସୀସଙ୍କୁ କୃତଜ୍ଞତା ଜଣାଇଥିଲେ ଦ୍ରୌପଦୀ ମୁର୍ମୁ । ନିଜର ଅଭିଭାଷଣରେ ଦ୍ରୌପଦୀ ମୁର୍ମୁ କହିଥିଲେ, ମୁଁ ସ୍ୱାଧିନ ଭାରତରେ ଜନ୍ମ ନେଇଛି  ।

ମୋତେ ଏଭଳି ସମୟରେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି, ଯେଉଁ ସମୟରେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି  । ଏହାଠାରୁ ସ୍ୱଭାଗ୍ୟର କଥା ଆଉ କଣ ଥାଇପାରେ  ।  ଭାରତରେ ଗରିବ ସ୍ୱପ୍ନ ଦେଖିପାରେ ଏବଂ ପୂରଣ ମଧ୍ୟ କରିପାରେ  । ଏହା ମୋ ପାଇଁ ଉପଲବ୍ଧିର ଦିବସ  । ଗରିବ ଆଦିବାସୀ, ପଛୁଆ ଏବଂ ଜନଜାତିଙ୍କ ଝଲକ । ଜୀବନ ବିକାଶର ଦୂରରେ ଥିବା ଏହି ଲୋକମାନେ ମୋତେ ପ୍ରତିବିମ୍ଭ ଭାବେ ଦେଖପାରନ୍ତି  । ଦେଶର କୋଟି କୋଟି ମହିଳା ଏବଂ ଯୁବତୀଙ୍କ ସ୍ୱପ୍ନର ଝଲକ ଏହା  । ଦେଶକୁ ନୂଆ ରାସ୍ତା ଦେଖାଉଥିବା କୋଟି କୋଟି ଯୁବକ ମୋର ସାହାସ  ।  ଏଭଳି ଏକ ପ୍ରଭୁତିଶୀଳ ଭାରତର ନେତ୍ୱତ୍ୱ ନେବା ମୋତେ ଗୌରବାନ୍ୱିତ କରିଛି  ।  ବିଶ୍ୱରେ ଭାରତର ଗଣତନ୍ତ୍ର  ପ୍ରତିଷ୍ଠା  ନିରନ୍ତର ପ୍ରୟାସ ରହିଛି  । ରାଜେନ୍ଦ୍ର ପ୍ରସାଦ ଏବଂ ଆମ୍ବାଦକରଙ୍କୁ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ମୁର୍ମୁ  । ଭାରତର ଲୋକତନ୍ତ୍ର, ସାସ୍କୃତିକ ବିଶ୍ୱାସ ଭରସା ମୋ ଉପରେ ରହିଛି  । ସାଧ୍ୱୀନତା ସଂଗ୍ରାମର ସେହି ସଂଗ୍ରାମର ଅବିରତ ଧାରା  ।

ସ୍ୱରାଜ, ସ୍ୱଦେଶୀ ଏବଂ ସ୍ୱଛତାର ମାର୍ଗ ଦେଖାଇଛନ୍ତି ବାପୁ  । ଭାରତରେ ଏହି ମହାନ ପୁରୁଷଙ୍କ ଅଭୁଦୟ ଏ ଦେଶରେ ନୂଆ ପ୍ରତିଷ୍ଠା ସୃଷ୍ଟି କରିଛି  । ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଭଗତ ସିଂ, ସୁଖଦେବ, ରାଜଗୁରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ, ଜବାହାରଲାଲ ନେହେରୁଙ୍କ ଦେଶ ପ୍ରତି ଥିବା ଅବଦାନଙ୍କୁ ମନେ ପକାଇଥିଲେ  । ସେହିପରି ଦେଶର ବୀରଙ୍ଗନାଙ୍କୁ ମଧ୍ୟ ମନେ  ପକାଇଥିଲା ରାଣୀ ଲକ୍ଷ୍ମୀବାଇ, ରାଣୀ ବେଲୁ ଲିକିଆ, ରାଣୀ ଗାଇବାନୁକ, ରାଣୀ ଶ୍ରୀନିମାଙ୍କୁ ମନେ ପକାଇଥିଲେ  । ନାରାଶକ୍ତି ଏବଂ ନାରୀ ମର୍ଯ୍ୟାଦାର ଏମାନେ ପ୍ରତୀକ ବୋଲି ମଧ୍ୟ କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ।

ସେହିପରି ଦେଶର ସ୍ୱାଧିନତାରେ ଜନଜାତି ସମାଜ ନିଭାଇଥିବା ଭୂମିକାକୁ ମନେ ପକାଇଛନ୍ତି ରାଷ୍ଟ୍ରପତି  ।  ଭଗବାନ ବିଶ୍ରା ମୁଣ୍ଡାଙ୍କ କାର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଦେଇଛି  । କେଉଁ ଆଦିମ କାଳରୁ ଜଙ୍ଗଲରେ ରହିଥିବା  ଏହି ଆଦିମ ଅଧିବାସୀ ନିଜର କର୍ତ୍ତବ୍ୟକୁ ସୂଚାରୁ ରୂପେ ନିଭାଇଛନ୍ତି  । ଅନେକ ଅବଦାନ ଦେଇଛନ୍ତି  । ଦେଶ ସ୍ୱାଧନତାର ୭୫ ବର୍ଷ ପୂର୍ତ୍ତୀରେ ଭାରତ ପ୍ରଗତୀର ସଂକଳ୍ପକୁ ସହ ଭାଗିତାର ସହକାରେ ଆଗେଇ ନେଇଛି  । ବିବିଧତା ଭିତରେ ଆମେ ସମସ୍ତେ ଏକ ହୋଇଛି  । ବିଭିନ୍ନ ସଂସ୍କୃତି ଭାଷାକୁ ନେଇ ଆମେ ଦେଶକୁ ସୁନ୍ଦର ଭାବେ ଗଢି ତୋଳିଥିବା କହିଛନ୍ତି ମୁର୍ମୁ  ।