୨୪ରେ ପୁଣି ସରକାରକୁ ଫେରିବାକୁ ସ୍ୱପ୍ନ ଦେଖୁଛନ୍ତି : ପ୍ରଶାନ୍ତ କିଶୋର

1 min read

ନନ୍ଦିଘୋଷ ବ୍ୟୁରୋ : ଗତ କିଛି ଦିନ ପୂର୍ବରୁ ବିହାରରେ ଜାତି ଆଧାରର ଜନଗଣନା ରିପୋର୍ଟ ନୀତିଶ ସରକାର ଜାରି କରି ସାରିଛନ୍ତି । ରିପୋର୍ଟ ଅନୁସାରେ ବିହାରରେ ଓବିସିଙ୍କ ସଂଖ୍ଯା ବାକି ଜାତିଙ୍କ ତୁଳନାରେ ଅଧିକ । ୨୭ ପ୍ରତିଶତ ଓବିସି ଓ ୩୬ ପ୍ରତିଶତ ଇବିସିଙ୍କୁ ଯଦି ମିଶାଯାଏ ତେବେ ଏହା ହେଉଛି ଜନସଂଖ୍ଯାର ୬୩ ପ୍ରତିଶତ । ଯାହାର ଅର୍ଥ ହେଉଛି ବିହାର ରାଜନୀତି ଏବେ ଆଗ ଅପେକ୍ଷା ଅଧିକ ଓବିସି କୈନ୍ଦ୍ରିକ ହେବ । ବିହାରର ଜେଡିୟୁ-ଆରଜେଡି ମେଣ୍ଟ ସରକାରର ଆଶା ଯେ,୬୩ ପ୍ରତିଶତ ଓବିସି ଭୋଟ ସେମାନଙ୍କୁ ପୁଣି କ୍ଷମତାକୁ ଆଣିବ । ନୀତିଶ ମଧ୍ଯ ୧୭ ବର୍ଷ କ୍ଷମତାରେ ରହିବା ପରେ ପୁଣି ଆଉ ପାଂଚ ବର୍ଷ ପାଇଁ କ୍ଷମତାକୁ ଆସିବାର ଆଶା ରଖିଛନ୍ତି । କିନ୍ତୁ ନୀତିଶଙ୍କ ସ୍ୱପ୍ନକୁ ଭାଙ୍ଗିଛନ୍ତି ଭୋଟ୍ ପଣ୍ଡିତ ପ୍ରଶାନ୍ତ କିଶୋର ।कानों देखी :क्या नीतीश का 'ऑफर' ठुकराना महंगा पड़ेगा पीके को? - Prashant  Kishor Reject Nitish Kumar's Offer In Bihar? - Amar Ujala Hindi News Live

ପ୍ରଶାନ୍ତ କିଶୋରଙ୍କ ଦାବି ଯେ, ୨୦୨୪ ନିର୍ବାଚନରେ ନୀତିଶଙ୍କ ଦଳ ୫ଟି ଲୋକସଭା ଆସନ ଜିତିବା ବି କଷ୍ଟକର ହେବ । ତେବେ କ’ଣ ପାଇଁ ପ୍ରଶାନ୍ତ ଏମିତି ଭବିଷ୍ୟବାଣୀ କରିଛନ୍ତି ଓ ତାଙ୍କ ଭବିଷ୍ୟବାଣୀ ସତ ହେବାର ସମ୍ଭାବନା ରହିଛି କି ?

କାହିଁକି ଏମିତି କହିଲେ ପ୍ରଶାନ୍ତ କିଶିୋର ଆସନ୍ତୁ ଜାଣିବା..

ପ୍ରଶାନ୍ତ କିଶୋର ହେଉଛନ୍ତି ସେହି ବ୍ୟକ୍ତି ଯିଏ ୨୦୧୪ରେ ଅବକି ବାର ମୋଦି ସରକାର ପ୍ରଚାରର ମୁଖ୍ଯ ରଣନୀତିକାର ଥିଲେ । ପରେ ବିଜେପିଠାରୁ ଅଲଗା ହୋଇ ନୀତିଶଙ୍କ ସହ ମିଶିଥିଲେ । ଏମିତିକି ନୀତିଶ ତାଙ୍କୁ ନିଜ ଦଳର ଉପ ସଭାପତି ମଧ୍ଯ କରିଥିଲେ । ତେବେ ରାଜନୈତିକ ମହତ୍ୱାକାଂକ୍ଷା ପାଇଁ ଉଭୟ ଅଲଗା ହୋଇଯାଇଥିଲେ । ଏବେ ପ୍ରଶାନ୍ତ କିଶୋର ବିହାର ରାଜନୀତିରେ ନିଜ ପାଇଁ ପାଣିପାଗ ପରିକ୍ଷା କରୁଛନ୍ତି । ସେ ଜନସୁରାଜ ଯାତ୍ରାରେ ବିହାରର ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । ଏହାରି ଭିତରେ ଆସିଛି ଜାତିଗତ ଜନଗଣନା ରିପୋର୍ଟ । ଯାହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଶାନ୍ତ କହିଛନ୍ତି ଯେ, ଏହା ହେଉଛି ନୀତିଶଙ୍କ ଶେଷ ରାଜନୈତିକ ବାଜି । ତାଙ୍କ କହିବା ଅନୁସାରେ ନୀତିଶ ଚାରିଆଡୁ ନିରାଶ ହେବା ପରେ ଶେଷ ପ୍ରୟୋଗ କରିଛନ୍ତି । ୨୦୨୪ ନିର୍ବାଚନରେ ଜେଡିୟୁର ୫ଜଣ ପ୍ରାର୍ଥୀ ମଧ୍ଯ ଜିତି ପାରିବେ ନାହିଁ । ବିହାରରେ ପ୍ରଶାନ୍ତଙ୍କ ଦାବିକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି । ପ୍ରଶାନ୍ତଙ୍କ ଦାବିର କୌଣସି ଆଧାର ନାହିଁ ବୋଲି ନୀତିଶ ସମର୍ଥକ କହୁଛନ୍ତି । ତେବେ ଏଭଳି ଭବିଷ୍ୟତବାଣୀକୁ ନେଇ ବିହାର ରାଜନୀତି ଜୋର ଧରିଛି । ପ୍ରଶାନ୍ତଙ୍କ ଆଗରୁ ଭଲ ଟ୍ରାକ୍ ରେକର୍ଡ ରହିଛି । ୨୦୨୧ରେ ବିଜେପି ଯେତେବେଳେ ପଶ୍ଚିମବଙ୍ଗରେ ସରକାର ଗଠନର ଦାବି କରୁଥିଲା ସେତେବେଳେ ପ୍ରଶାନ୍ତ କହିଥିଲେ ଯେ,ବିଜେପି ଯଦି ୧୦୦ରୁ ଅଧିକ ବିଧାନସଭା ଆସନ ଯିତେ ତେବେ ମୁଁ ରାଜନୀତି ଛାଡ଼ି ଦେବି । ଶେଷରେ ପ୍ରଶାନ୍ତ ହିଁ ସତ ବୋଲି ପ୍ରମାଣିତ ହୋଇଥିଲେ । ବିଜେପିର ସିଟ୍ ସଂଖ୍ଯା ୭୬ରେ ସୀମିତ ରହିଯାଇଥିଲା ।