ମନ୍ଦିରକୁ ଯିବାକୁ ହେଲେ ଭକ୍ତଙ୍କୁ ପିନ୍ଧିବାକୁ ପଡ଼ିବ ନିର୍ଦ୍ଧିଷ୍ଟ ଡ୍ରେସ୍‌ କୋଡ୍‌

ବାରାଣାସୀ: ଉତ୍ତରପ୍ରଦେଶର ବାରାଣାସୀରେ କାଶୀବିଶ୍ୱନାଥ ମନ୍ଦିରରେ ଦର୍ଶନ ପାଇଁ ଏବେ ଡ୍ରେସ୍‌ କୋଡ୍‌ ଲାଗୁ କରାଯାଇଛି । ମନ୍ଦିରରେ ଡ୍ରେସ୍‌ କୋଡ୍‌ ଲାଗୁ ହେଲେ ଭକ୍ତ ମାନେ ନିଜ ମନ ପସନ୍ଦର ପୋଷାକ ପିନ୍ଧି ଦର୍ଶନ ପାଇଁ ଯାଇ ପାରିବେ ନାହିଁ ।

ଅର୍ଥାତ ବାବା କାଶୀବିଶ୍ୱନାଥଙ୍କୁ ଦର୍ଶନ ପାଇଁ ଚାହୁଁଥିବା ଭକ୍ତଙ୍କୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିର୍ଦ୍ଦେଶ ହୋଇଥିବା ପୋଷାକ ପିନ୍ଧିବାକୁ ପଡିବ । ମାତ୍ର ଏହି ବ୍ୟବସ୍ଥା ସ୍ପର୍ଶ ଦର୍ଶନ ପାଇଁ ଲାଗୁ ହେବ । ଅନ୍ୟ ଦର୍ଶନ ବ୍ୟବସ୍ଥା ପୂର୍ବ ଭଳି ଲାଗୁ ରହିବ ।

ନୁଆ ବ୍ୟବସ୍ଥା ଅନୁଯାୟୀ ମହିଳାଙ୍କ ପାଇଁ ଶାଢୀ ଓ ପୁରୁଷଙ୍କ ପାଇଁ ଧୋତୀ କୁର୍ତ୍ତା ପିନ୍ଧିବାକୁ ବାଧ୍ୟତା ମୁଳକ କରାଯାଇଛି । ଜିନ୍ସ, ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ଲୋକେ ଏଥିରୁ ଦୁରେଇ ରହିବେ ।

Leave a Reply