ବ୍ରେକଡାଉନ ଟ୍ରକକୁ ଧକ୍କା ଦେଲା ଟ୍ରଲର, ଡ୍ରାଇଭର ଜୀବନ୍ତ ଦଗ୍ଧ

ଯାଜପୁର: ଜାରକା ନିକଟ ଗୋକନେଶ୍ବରରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରଲର । ଦୁର୍ଘଟଣାରେ ଟ୍ରଲର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ, ଟ୍ରଲରଟି ଜଳିଯାଇଛି । ସେହିପରି ଅନ୍ୟ ଏକ ଟ୍ରକ ତଳେ ଚାପି ହୋଇ ରହିଥିବା ଡ୍ରାଇଭର ଓ ହେଲପରଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ଗୋକନେଶ୍ବର ନିକଟରେ ଏକ ଟ୍ରକଟି ବ୍ରେକ୍ ଡାଉନ ହେବା ପରେ ଛିଡା ହୋଇଥିଲା ।

ଟ୍ରକ ଚାଳକ ତଳେ ରହି ଗାଡି କାମ କରୁଥିବା ସମୟରେ ଯାଜପୁର ଅଭିମୁଖେ ଯାଉଥିବା ଏକ ରଡ ବୋଝେଇ ଟ୍ରଲରଟି ରାସ୍ତା କଡରେ ଛିଡା ହୋଇଥିବେ ଟ୍ରକକୁ ପଛପଟୁ ଧକା ଦେଇଥିଲା । ଫଳରେ ଟ୍ରଲରଟି ଜଳି ଯାଇଥିଲା । ଟ୍ରଲରର ଡ୍ରାଇଭରଙ୍କ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ମୃତକଙ୍କ ପରିଚୟ ମିଳିନଥିବା ବେଳେ, ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।