ପାଣି ପାଇଁ ମାଆକୁ କାଠ ଫାଳିଆରେ ପିଟି ପିଟି ମାରିଦେଲା ପୁଅ

Drunk Son Murdered Mother For Water At Soro

ସୋର: ସବୁବେଳେ ମାଆ ସନ୍ତାନକୁ ରକ୍ଷା କରିଥାଏ । ସନ୍ତାନ ଉପରକୁ କୌଣସି ବିପଦ ଆସିଲେ ମାଆ ପଣତ କାନି ଘୋଡ଼େଇ ଦିଏ । ଭାବେନା ତାର କ’ଣ ହେବ ? କିନ୍ତୁ ଏବେ ନିଶା ଯୁବପିଢିଙ୍କୁ ପଥଭ୍ରଷ୍ଟ କରିଛି । ନିଶାର ନଶା ଏତେ ମାତ୍ରାରେ ବଢ଼ିଛି ଯେ ଜନ୍ମ କଲା ପୁଅ ବି ମାଆକୁ ମାରିବାକୁ ପଛାଉନି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋର ଥାନା ଅଞ୍ଚଳରେ ।

Drunk Son Murdered Mother For Water At Soro

ପାଣି ଦେବାରେ ବିଳମ୍ବ ହେବାରୁ ମାଆକୁ କାଠ ଫାଳିଆରେ ପିଟି ପିଟି ମାରି ଦେଇଛି ପୁଅ । ବାଲେଶ୍ଵର ଜିଲ୍ଲା ସୋର ଥାନା ଗୁଜୁଢ଼ିଆ ଗାଁର ରତିକାନ୍ତ ବେହେରା ଏମିତି କାଣ୍ଡ ଭିଆଇଛି । ମଦ୍ୟପ ପୁଅ ମାଆକୁ ପାଣି ମାଗିଥିଲା । ପାଣି ଦେବାରେ ବିଳମ୍ବ କରିଥିଲେ ମାଆ । ଏଥିରେ ମଦୁଆ ପୁଅ ରତିକାନ୍ତ ଉତକ୍ଷିପ୍ତ ହୋଇ ପଡ଼ିଥିଲା ।

Drunk Son Murdered Mother For Water At Soro

ପାଖରେ ପଡ଼ିଥିବା କାଠ ଫାଳିଆରେ ମାଆ ସତ୍ୟଭାମା ବେହେରାଙ୍କର ମୁଣ୍ଡକୁ ପିଟି ଦେଇଥିଲା । ଫଳରେ ମାଆଙ୍କର ମୃତ୍ୟୁ ହୋଇଛି । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ପୋଲିସ ଅଭିଯୁକ୍ତ ପୁଅ ରତିକାନ୍ତକୁ ଅଟକ ରଖିଛି ।