ନିଜେ ଛିଡ଼ା ହୋଇପାରୁନାହାନ୍ତି ରୋଗୀଙ୍କୁ ବୋହିବେ କ’ଣ ?

ଢେଙ୍କାନାଳ:  ଜୀବନ ବଞ୍ଚାଉଥିବା ଆମ୍ବୁଲାନ୍ସ ଚାଳକ ନିଶାଶକ୍ତ ଅବସ୍ଥାରେ ! ରୋଗୀଙ୍କୁ ଠିକଣା ସ୍ଥାନରେ ପହଞ୍ଚେଇବା ଯାହାର କର୍ତ୍ତବ୍ୟ  ସେ, ମଦ ପିଇ ମାତାଲ ଅବସ୍ଥାରେ ଆମ୍ବୁଲାନ୍ସ ଚଳାଉଛି । ଏମିତି କରି ଚାଳକ ଜଣଙ୍କ ନୂଆ ଟ୍ରାଫିକ କଟକଣାକୁ ଫୁ କରିଛନ୍ତି । ନିଶା ଦ୍ରବ୍ୟ ସେବନ କରି ବେପରୁଆ ଭାବେ ଗାଡି ଚଳାଇ ଜଣେ ବ୍ୟକ୍ତିଙ୍କୁ ଧକ୍କା ମଧ୍ୟ ଦେଇଥିଲେ ।

ଜୀବନ ବଞ୍ଚାଉଥିବା ଆମ୍ବୁଲାନ୍‌ସ ଚାଳକ ଟ୍ରାଫିକ୍ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ଢେଙ୍କାନାଳ ତମୁସିଙ୍ଗା ଅଞ୍ଚଳରେ ଜଣେ ମଦ୍ୟପ ଆମ୍ବୁଲାନ୍ସ ଚାଳକ ଦ୍ରୁତଗତିରେ ଗାଡି ଚଳାଇ  ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଲୋକ ପଚାରିବାରୁ ସେ ଜାବୁଡ଼ା ଦେବା କଥା କହିବା ସହ ବାଉଳି ହେଉଛନ୍ତି । ଘଟଣା ପରେ ଗାଡିକୁ ପିଛା କରି ପଣଡୁଆ ନିକଟରେ ଅଟକାଇଥିଲେ ତମୁସିଙ୍ଗା ଥାନା ଅଧିକାରୀ । ମଦ୍ୟପ ଚାଳକକୁ ଥାନା ଅଧିକାରୀ ଅଟକ ରଖିଛନ୍ତି । ଚାଳକ ଜଣକ କଟକ ତିଗିରିଆ ଅଞ୍ଚଳର ଦୁଷ୍ମନ୍ତ ବେହେରା ।

ଦେଖନ୍ତୁ ଏହି ଭଡିଓକୁ, ମଦ୍ୟପ ଚାଳକ ଜଣକ ଘଟଣା ନେଇ କେମିତି ଅବାନ୍ତର ଯୁକ୍ତି କରୁଛନ୍ତି  ଏବଂ ନିଶା ସେବନ କରିଥିବା ମାନୁଛନ୍ତି । ଦୁଷ୍ମନ୍ତ ଗତକାଲି  ଘରୋଇ ଆମ୍ବୁଲାନ୍ସରେ ଏକ ମୃତଦେହକୁ କଟକରୁ ନେଇ ରାଉରକେଲାରେ ଛାଡିଥିଲେ । ଫେରିବା ବେଳେ ତୁମସିଙ୍ଗା ନିକଟରେ ତାଙ୍କ ଅସ୍ୱାଭାବିକ ଆଚରଣ  ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଏହାପରେ ଗାଡିକୁ ପିଛା କରିଥିଲେ ତୁମସିଙ୍ଗା ଥାନାଧିକାରୀ ।

Leave a Reply