ପାଟ୍ରୋଲିଂରେ ଯାଇଥିଲେ ଫାଣ୍ଡି ଅଧିକାରୀ, ଘେରିଲେ ଗ୍ରାମବାସୀ

1 min read
Drunken Police Man Of Nabarangpur Video Viral In Social Media

ନବରଙ୍ଗପୁର: ଲୋକଙ୍କ ସୁରକ୍ଷା, ପୋଲିସର ସେବା । କେବଳ ଲୋକଙ୍କ କାହିଁକି ଧନ ଜୀବନର ସୁରକ୍ଷା ଦାୟିତ୍ୱ ମଧ୍ୟ ପୋଲିସ ଉପରେ ନସ୍ତ୍ୟ । କଳି ହେଉକି ଝଗଡ଼ା ଅବ ମାରପିଟ୍ । ଯେକୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସମସ୍ତେ ପୋଲିସକୁ ଖୋଜନ୍ତି । କିନ୍ତୁ ଏଠି ପୋଲିସ ହିଁ ସୃଷ୍ଟି କରିଛି ଅପ୍ରୀତିକର ସ୍ଥିତି । ବିନା କାରଣରେ ଯୁବକଙ୍କ ମାଡ଼ ମାରିଛନ୍ତି ନିଶାର ଚୂର୍ ଫାଣ୍ଡି ଅଧିକାରୀ । ସୋସିଆଲ୍ ମିଡିଆରେ ପୋଲିସ ବାବୁଙ୍କ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ନିଶାରେ ଟଳମଳ ହେଉଥିବା ବାବୁଙ୍କ ପାଟିରୁ କଥା ବାହାରୁନି ।

Drunken Police Man Of Nabarangpur Video Viral In Social Media

ଭାଇରାଲ୍ ଭିଡିଓର ଅଭିଯୋଗ ଅନୁସାରେ ନବରଙ୍ଗପୁର ସରୁଗୁଡା ଗାଁ ରାସ୍ତାରେ ବସିଥିବା ଲୋକଙ୍କୁ ଡଙ୍ଗରଭେଜା ଫାଣ୍ଡି ଅଧିକାରୀ ମାଡ଼ ମାରିଛନ୍ତି । ତାହା ପୁଣି କୌଣସି କାରଣ ନଥାଇ । ମଦ୍ୟପାନ କରି ବର୍ଦ୍ଦିରେ ଥିବା ବାବୁ ଏଭଳି ଦବଙ୍ଗଦିରି ଦେଖାଇଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ଗାଁ ମଝିରେ ଘେରିଛନ୍ତି । ଗ୍ରାମବାସୀ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରୁ ଥିବାବେଳେ ନିଶାରେ ଟଳମଳ ହେଉଥିବା ବାବୁ ଥଙ୍ଗମଙ୍ଗ ହେଉଛନ୍ତି । ତାଙ୍କ ପାଟିରେ ଗୋଟିଏ ଉତ୍ତର- କ୍ରାଇମ୍ ବଢ଼ୁଛି, ମାରିଲି ।

Drunken Police Man Of Nabarangpur Video Viral In Social Media

ବିନା କାରଣରେ ପୋଲିସ କାହାକୁ ମାଡ଼ ମାରିବାର ଅଧିକାର କେଉଁଠୁ ପାଇଲା ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି । ସେଥିରେ ବି ବାବୁ ଚୁପ୍ । ଏସବୁ ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲେ ହେଉଛି । ଘଟଣା ପରେ ସୁରୁଗୁଡ଼ା ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ଭିଡିଓ ଭାଇରାଲ୍ ପରେ ଫାଣ୍ଡି ଅଧିକାରୀଙ୍କ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

Drunken Police Man Of Nabarangpur Video Viral In Social Media

ଏନେଇ ରତ୍ନାକର ବିଷୋୟୀ ଅଭିଯୋଗ କରିଛନ୍ତି । ରତ୍ନାକରଙ୍କ ଅନୁଯାୟୀ ସେ ଦୋକାନ ବନ୍ଦ କରି ଜଣଙ୍କୁ ଟଙ୍କା ଦେବାକୁ ଯାଉଥିବା ବେଳେ ଫାଣ୍ଡି ଅଧିକାରୀ ହଠାତ୍ ମାଡ଼ ମାରିଥିଲେ । ଯିଏ ବି ବାହାରକୁ ଆସିବ ତାକୁ ମାରିବା ନେଇ ମଦ ନିଶାରେ ଥିବା ଫାଣ୍ଡି ଅଧିକାରୀ ଧମକ ମଧ୍ୟ ଦେଇଥିବା ରତ୍ନାକର ଅଭିଯୋଗ କରିଛନ୍ତି ।

Drunken Police Man Of Nabarangpur Video Viral In Social Media

ଅନ୍ୟପଟେ ଡଙ୍ଗରଭେଜା ଫାଣ୍ଡି ଅଧିକାରୀ ଠଣ ସୁନ୍ଦର ପ୍ରଧାନ ଅଭିଯୋଗକୁ ଅସ୍ୱୀକାର କରୁଛନ୍ତି । ସନ୍ଦେହଜନକ ଅବସ୍ଥାରେ କେହି ବୁଲୁଥିଲେ ପୋଲିସ ତା’ କାମ କରିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି । ମାଡ଼ ଓ ମଦ୍ୟପାନ କଥାକୁ ଫାଣ୍ଡି ଅଧିକାରୀ ମିଛ ବୋଲି କହିଛନ୍ତି ।

Leave a Reply