ଜାଣନ୍ତୁ ୨ ଦିନରେ କେତେ ରୋଜଗାର କଲାଣି ’ଡଙ୍କି’

ମୁମ୍ବାଇ: ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ’ଡଙ୍କି’ ଦୁଇଦିନରେ ବକ୍ସ ଅଫିସରେ ଭଲ ରୋଜଗାର କରୁଥିବାବେଳେ ଦର୍ଶକଙ୍କ ମହଲରେ ଆଦୃତ ହୋଇଛି । କେବଳ ଭାରତ ନୁହେଁ ସାରା ବିଶ୍ବବ୍ୟାପୀ କଲେକ୍ସନ ମଧ୍ୟ ଭଲ ହୋଇଛି । ଯଦିଓ ’ପଠାନ’ ଏକ ’ଜଓ୍ବାନ’ର ରେକର୍ଡ ଭାଙ୍ଗି ନାହିଁ ତଥାପି ଭଲ ଆଦାୟ କରୁଛି । ଚଳିତ ବର୍ଷ ଶାହାରୁଖ ଖାନଙ୍କ ଅଭିନୀତ ଏହା ହେଉଛି ତୃତୀୟ ଫିଲ୍ମ । ପ୍ରଥମ ଦିନରେ ୩୦ କୋଟି ଟଙ୍କା ବ୍ୟବସାୟ କରିଥିବାବେଳେ ବିଦେଶରେ ମଧ୍ୟ ଡଙ୍କିର କ୍ରେଜ୍ ଭଲ ରହିଛି । ଶାହାରୁଖ ଖାନଙ୍କ ଡଙ୍କିକୁ ଟକ୍କର ଦେବା ପାଇଁ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସଲାର ରିଲିଜ୍ ହୋଇଛି । ତେବେ ଏହି ଦୁଇ ଫିଲ୍ମ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିବାବେଳେ ଦ୍ବିତୀୟ ଦିନରେ ୨୦ କୋଟି ଟଙ୍କା ବ୍ୟବସାୟ କରିଛି ଡଙ୍କି ।

ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଡଙ୍କି ଦୁଇଦିନରେ ଭାରତରେ ୪୯.୨୦ କୋଟି ଯଙ୍କା ବ୍ୟବସାୟ କରିଛି । ଯଦି ବିଶ୍ବବ୍ୟାପୀ କଲେକ୍ସନ କଥା କହିବା ତାହେଲେ ୫୮ କୋଟି ଟଙ୍କା ବ୍ୟବସାୟ କରିଛି । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଫିଲ୍ମର ଲୋକପ୍ରିୟତା ରହିଥିବାବେଳେ ବକ୍ସ ଅଫିସରେ କ୍ରେଜ୍ ମଧ୍ୟ ବଢ଼ିବାରେ ଲାଗିଛି । ସେପଟେ ଆଗାମୀ ଦିନରେ ମଧ୍ୟ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି ।