ଭାରତୀୟ ସମୟ ସକାଳ ୯.୧୭ରେ ଦୌଡ଼ିବେ ଦୂତି ଚାନ୍ଦ

ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତ ଓ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ଆଉ କିଛି ସମୟ ପରେ ଟ୍ରାକରେ ଦୌଡିବେ ଦୌଡରାଣୀ ଦୂତି ଚାନ୍ଦ । ମହିଳା ଶହେ ମିଟର ହିଟ୍ସରେ ଭାଗ ନେଇ କରିବେ ଭାଗ୍ୟ ପରୀକ୍ଷା । ହିଟ ନମ୍ବର ୫ରେ ଦୌଡ଼ିବେ ଦୌଡ଼ରଣୀ ଦୂତି ଚାନ୍ଦ । ୫ ନମ୍ବର ହିଟରେ ଦୂତି ଚାନ୍ଦଙ୍କ ସହ ଜମାଇକା, ଗ୍ରୀସ, ସୁଇଜରଲାଣ୍ଡ, ନାଇଜେରିଆ ଓ ଗାମ୍ବିଆର ଖେଳାଳିମାନେ ଦୌଡ଼ିବେ । ଭଗବାନ ଓ ଓଡ଼ିଶାବାସୀଙ୍କ ଆର୍ଶୀବାଦ ଥିଲେ ଭଲ ପ୍ରଦର୍ଶନ କରି ସେମିଫାଇନାଲ ଓ ଫାଇନଲକୁ ଯିବେ ବୋଲି କହିଛନ୍ତି ଦୂତି । ଦୂତି ଏକମାତ୍ର ଭାରତୀୟ ଭାବେ ୧୦୦ ଓ ୨୦୦ ମିଟରରେ ରେସରେ ଲଗାତର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି । ଆଜି ସକାଳ ୯ ଘଣ୍ଟା ୧୭ ମିନିଟ ସମୟରେ ଦୌଡ଼ିବେ ଦୂତି ।

ଅପରପକ୍ଷରେ ଦୂତିଙ୍କ ସଫଳତା କାମନା କରି ତାଙ୍କ ପାଇଁ ବିଭିନ୍ନ ମହଲରୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ । ଦୂତି ଦେଶ ପାଇଁ ପଦକ ଆଣିବେ ବୋଲି ସଭିଏଁ ଆଶା ବାନ୍ଧିଛନ୍ତି । ଦୂତିଙ୍କ ମା ଭଗବାନଙ୍କ ନିକଟରେ ଅଖଣ୍ଡ ଦୀପ ଜାଳିଛନ୍ତି । ଆଜି ଦୂତି ନିଶ୍ଚୟ ସଫଳତା ହାସଲ କରିବେ ବୋଲି ତାଙ୍କ ତାଙ୍କ ପରିବାର ସମେତ ଗ୍ରାମବାସୀ ଆଶା ରଖିଛନ୍ତି । ଦୂତୀଙ୍କ ସଫଳତା କାମନା କରି ତାଙ୍କ ଗାଁରେ ଚାଲିଛି ପୂଜାର୍ଚ୍ଚନା । ଗ୍ରାମ ଦେବତୀଙ୍କ ନିକଟରେ ଗ୍ରାମବାସୀ ଓ ସ୍ଥାନୀୟ ବରୀ ବିଧାୟିକା ସୁନନ୍ଦା ଦାସ ପୂଜା କରୁଛନ୍ତି । ଆଜି ଇଭେଣ୍ଟରେ ଦୂତୀ ନିଶ୍ଚୟ ସଫଳତା ହାସଲ କରିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ହଂକଂ ପ୍ରତିଦ୍ୱନ୍ଦ୍ୱିଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେଲେ ପି.ଭି ସିନ୍ଧୁ

Leave a Reply