ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼

1 min read

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼  । ଦେଶର ନୂତନ CJI ଭାବେ ନିଯୁକ୍ତ ହେଲେ ଦିଲ୍ଲୀର ଜଷ୍ଟିସ ଚନ୍ଦ୍ରଚୂଡ  ।ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ନଭେମ୍ବର ୯ ରୁ ଦାୟିତ୍ବ ନେବେ ଜଷ୍ଟିସ ଚନ୍ଦ୍ରଚୂଡ଼  ।  ଦେଶର ୫୦ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଚନ୍ଦ୍ରଚୁଡ  । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ଏନେଇ ସୂଚନା ଦେଇଛନ୍ତି ।

ବର୍ତ୍ତମାନର ସିଜେଆଇ ୟୁୟୁ ଲଲିତ ଅବସର ନେବାର ଦିନକ ପରେ ନଭେମ୍ବର ୯ରେ ଜଷ୍ଟିସ ଚନ୍ଦ୍ରଚୂଡ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ଆଗାମୀ ଦୁଇ ବର୍ଷ ଯାଏଁ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ସମୟ ରହିବ । ମୁଖ୍ୟ ବିଚାରପତି ଲଲିତଙ୍କ କାର୍ଯ୍ୟକାଳ ଆହୁରି ୭୪ଦିନ ରହିଛି । ଡି ୱାଇ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିଛନ୍ତି ୟୁୟୁ ଲଲିତ ।

ଜଷ୍ଟିସ ଚନ୍ଦ୍ରଚୂଡଙ୍କ ବାପା ୟଶବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ ଦେଶର ୧୬ତମ ସିଜେଆଇ ଥିଲେ । ୨୨ ଫେବୃଆରୀ ୧୯୭୮ରୁ ୧୧ ଜୁଲାଇ ୧୯୮୫ ପର୍ଯ୍ୟନ୍ତ ଅର୍ଥାତ ୭ ବର୍ଷ ପର୍ଯ୍ୟନ୍ତ ଦେଶର ମୁଖ୍ୟ ବିଚାରପତି ଦାୟିତ୍ବ ତୁଲାଇଥିଲେ ବିଷ୍ଣୁ ଚନ୍ଦ୍ରଚୂଡ ।